
ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଟେନସା କ୍ଲବ ସ୍ଥିତ ସମ୍ବିଳନୀ କକ୍ଷରେ ବଣାଇ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାିଛି । ଏହି କାର୍ଯ୍ୟକ୍ରମକୁ ବି.ୟୁ.ଜେର ସଭାପତି ହେମଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ସଂଘର ସାଧାରଣ ସଂପାଦକ ଅଶୋକ ନନ୍ଦ, ଟେନସା ପଞ୍ଚାୟତ ସରପଞ୍ଚ ଅନିତା ପୂର୍ତ୍ତି, କୋଇଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକ ଓ ସମାଜସେବୀ ପପୁ ମହାନ୍ତି, ବଣାଇ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ତଥା ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ପ୍ରଧାନ, ତୁଷାରକାନ୍ତି ସାହୁ, ରେଙ୍ଗୁଟୁ ପ୍ରଧାନ, ଖୁଣ୍ଟଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଅଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ଟେନସା ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ସମସ୍ତ ଅତିଥିମାନଙ୍କ ଦ୍ଵାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରବର୍ତୀ ପର୍ଯ୍ୟୟରେ ୯ ଘଟିକା ସମୟରେ କ୍ଲବ ଠାରେ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା । ପ୍ରଥମେ ଅତିଥିମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିବା ପରେ ଅତିଥି ମାନେ ଦୀପ ପ୍ରଜ୍ୱଳନ କରି, ନଡିଆ ବାଡ଼େଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହା ପରେ ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଘର ବରିଷ୍ଠ ସଭ୍ୟ ଅଶ୍ଵିନୀ କୁମାର ମହାନ୍ତ ମଞ୍ଚ ପରିଚାଳନା କରିବା ସହିତ ଦୀର୍ଘ ୭ ବର୍ଷ ଧରି ସଂଘ ନିଶ୍ୱର୍ଥାପର ଭାବେ ସାମ୍ବାଦିକତା କରିବା ସହିତ ବିଭିନ୍ନ ଅଞ୍ଚଳର ସମସ୍ୟାଗୁଡିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ସମାଜସେବା ଏବଂ ସଚେତନତା କାର୍ଯ୍ୟକ୍ରମ କରି ଅବହେଳିତ, ଗରିବ, ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ, ଛତା, ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ବୋଲି ପ୍ରକାଶ କରିଥିଲେ । ଏହା ପରେ ଆଦର୍ଶ ଶିକ୍ଷକ ଭାବେ ବଣାଇ ଗଡର ଛନ୍ଦା ଚରଣ ଡ଼ଗ୍ରରା, ସମାଜସେବୀ ଭାବେ ବିଦେଶିନୀ ପଟେଲ, କର୍ମବୀର ସମାଜସେବୀ ରେଙ୍ଗଟୁ ପ୍ରଧାନ, ଆଦର୍ଶ ସରପଞ୍ଚ ଭାବେ ଟେନସା ସରପଞ୍ଚ ଅନିତା ପୂର୍ତ୍ତି ଓ ସମାଜସେବୀ ଅଜୟ କୁମାର ନାଏକଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ପଣ୍ଡା, ନଗେଶ ଚନ୍ଦ୍ର ପାଢି, ଗଗନ ବିହାରୀ ମହାରଣା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର ଆଚାର୍ଯ୍ୟ, ଭ୍ରମର ବର ବାରିକ, ଲୋକନାଥ ସାମଲ, କାର୍ତ୍ତିକ ସାହୁ, ରାକେଶ ପ୍ରଧାନ, ଲମ୍ବୋଦର ବାରିକ, ବିଜୟ ଦାସ, ଗଣେଶ ଆପଟ, ଜୟରାମ, ଏମଡି ଇସ୍ତାହାର ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।