oom

କଂଟାବାଂଜି ଜିଲ୍ଲା ଦାବୀରେ ସର୍ବଦଳୀୟ ବୈଠକ

jsmm
  • ସମର୍ଥନ ଜଣାଇଲେ ତୁରକେଲା ସରପଂଚ ସଂଘ ଓ କଂଟାବାଂଜି ଏନ.ଏ.ସି. କାଉନସିଲ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକକୁ ନେଇ ଗଠିତ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରିଛି ଜିଲ୍ଲା ସଂଘର୍ଷ ସମିତି । ଏହି ଦାବୀକୁ ସଂପୂର୍ଣ୍ଣ ରୁପେ ସଫଳ କରିବା ନେଇ ସହିଦ ଦିବସ ଅବସରରେ ଗୁରୁବାର ଦିନ ସ୍ଥାନୀୟ ହରିଭବନରେ ସଂଧ୍ୟା ସାଢେ ଛଅଟାରେ ଏକ ଜରୁରୀ ବୈଠକ ହୋଇଛି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ଆହ୍ୱାନରେ ଜିଲ୍ଲା ସଂଘର୍ଷ ସମିତିର ସମସ୍ତ ଆନ୍ଦୋଳନକାରୀ, ସାମାଜିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ବିଭିନ୍ନ କ୍ଲବ, ସଂଗଠନର ପ୍ରତିନିଧି ସହ ତୁରେକେଲା ବ୍ଲକର ସରପଂଚ ସଂଘ ସଭାପତି ଜଲନ୍ଧର ମହାକୁଡ, ସମିତି ସଭ୍ୟ ପ୍ରମୋଦ ମହାପାତ୍ର, ଗିରିରାଜ ସିଂ ମାଝି ଓ ଅନ୍ୟମାନେ, କଂଟାବାଂଜି ଏନ.ଏ.ସି.ର ଚ୍ୟାରମେନ ବରିୟାମ ସିଂ ସାଲୁଜା, କାଉନସିଲର ବୃନ୍ଦ, ବିଜେଡିର କର୍ମକର୍ତ୍ତା, କଂଗ୍ରେସର କର୍ମକର୍ତ୍ତା ସହ ଭାଜପା ତରଫରୁ ନଗର ସଭାପତି ବେଦବ୍ୟାସ ନାଗ, ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ସହ ଅନେକ ନେତୃ ମଣ୍ଡଳୀ ସାମିଲ ହୋଇ ଜିଲ୍ଲା ଦାବୀକୁ ତୀବ୍ରତର କରିବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଆଗାମୀ ଦିନରେ କଂଟାବାଂଜି ସହର ଏବଂ ତୁରେକେଲା ବ୍ଲକ ଅଂଚଳରେ ଆନ୍ଦୋଳନ ଜରିଆରେ ଶାନ୍ତି ଶୃଙ୍ଖଳାର ସହ ଦାବୀ ଉପସ୍ଥାପନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି ।

jittmm
Leave A Reply

Your email address will not be published.