- ଭାରତ ପ୍ରସିଦ୍ଧ ପ୍ରୟାଗରାଜର ଶ୍ରୀବାଲାଜୀ ଝାଙ୍କି ଗ୍ରୃପ ଓ କିଲର ବଏଜ୍ ଏଣ୍ଡ ର୍ଗାଲ୍ସ ଡାନ୍ସ ଗ୍ରୃପ ବିଷେଶ ଆକର୍ଷଣ
ବଲାଙ୍ଗିର, (କେପିଏନ୍ଏସ୍) : ସନ୍ଥ ଶ୍ରୀ ଚିନ୍ମୟଦାସଜୀ ମହାରାଜଙ୍କ ପ୍ରେରଣାରେ ବଲାଙ୍ଗିର ସହରର ସୁଦ୍ପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରୁଣ କୁମାର ହେର୍ଣ୍ଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ସଂପାଦକ ସନ୍ତୋଷ ପଣ୍ଡା, କୋଷାଧ୍ୟକ୍ଷ ଶୁଭ୍ରମ କେଶରୀ ପ୍ରଧାନ, ଉପସଭାପତି ବିଜୟ ମହାରଣା, ଉପଦେଷ୍ଟା ମଧୁସୂଦନ ହୋତା, ପ୍ରଦୀପ ପତି, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ । ମାର୍ଚ୍ଚ ମାସ ୩୦ତାରିଖ ଦିନ ସୁଦ୍ପଡା ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ଓ ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ହନୁମାନ ଜୟନ୍ତୀ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ହନୁମାନ ଜୟନ୍ତୀ ଅବସରରେ ଭାତର ପ୍ରସିଦ୍ଧ ଜୟ ଶ୍ରୀବାଲାଜୀ ଝାଙ୍କି ଗ୍ରୃପ (ପ୍ରୟାଗରାଜ), କିଲର ବଏଜ୍ ଏଣ୍ଡ ର୍ଗାଲ୍ସ ଡାନ୍ସ ଗ୍ରୃପ, ରାଧାଗୋବିନ୍ଦ ସଂକୀର୍ତନ ମଣ୍ଡଳୀ(କଳାହାଣ୍ଡି), ଗାୟକ ଓ ବାୟକ ଗୁରୁଶ୍ରୀ ସଂଜୟ ସାହୁ ବନାମ୍ ରାଧାମାଧବ ସଂକୀର୍ତନ ମଣ୍ଡଳୀ ଚୋରଗ୍ରୀଣ୍ଡୋଲା(ବରଗଡ), ଗାୟକ ଗୁରୁଶ୍ରୀ ମନୋଜ ସାହୁ, ବାୟକ ଗୁରୁଶ୍ରୀ ଶିବ ପ୍ରସାଦ ଭୁଏ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ପ୍ରଭୁ ଶ୍ରୀରାମ ଓ ହନୁମାନଜୀଙ୍କର ସହର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା । ଆଜିର ଏହି ବୈଠକରେ ଦଣ୍ଡାସି ଗୌଡ, ଦୁର୍ଯ୍ୟୋଧନ ମହାକୁଡ, ସୁରୁ ନାଏକ, ମନୋଜ କୋବିଲିଙ୍ଗନ, ଘନଶ୍ୟାମ ଦୋରା, ଭୋଲା ବେହେରା, ସୁବଳ ମେହେର, ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶୁଭ୍ରମ କେଶରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।