ଭୁବନେଶ୍ୱର : ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ମୃତ ଯୁବକ ଦ୍ୱୟ ଭଦ୍ରକ ପୀରହାଟ ଥାନା ଅଧୀନ ତଳଦୁମୁକା ଗାଁର ଚନ୍ଦନ ଜେନା ଓ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ବଜରାପାଟ ଗାଁର ଶିବ ଜେନା ବୋଲି ଜଣାପଡ଼ିଛି । ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅଧୀନ ଦୋହରା ପାଟଣା ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଚନ୍ଦନ ଜେନା ଓ ଶିବ ଜେନା ଏକ ବାଇକ୍ ଯୋଗେ ଆରଡିରୁ ଭଦ୍ରକ ଯାଉଥିଲେ । ଏହି ସମୟରେ ୩୫ ନମ୍ବର ରାଜ୍ୟ ରାଜପଥରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆରଡ଼ି ଫାଣ୍ଡି ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
Prev Post