jittmm
sonalika

ହୁତୁହୁତୁ ହୋଇ ଜଳିଗଲା ବାଇକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ଏନ୍‌ଏସି ଛକରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବାଇକ୍ । ଏଥିରେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଜଣ ବ୍ୟକ୍ତି । ସୂଚନା ଅନୁଯାୟୀ ପାଟଣାଗଡ ଇଣ୍ଡିଆନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ଜଳଖିଆ ଖାଇବା ପାଇଁ ବାଇକରେ ଯାଉଥିବା ସମୟରେ ଏନ୍‌ଏସି ଛକ ନିକଟରେ କୌଣସି କାରଣ ବଶତଃ ଜଳିଯାଇଥିଲା । ସୁବୋଧ ବକୁଲ୍ ବାଇକ ଚଳାଉଥିବା ବେଳେ ଘଟଣାଟି ଘଟିଥିଲା ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଇ ଜଣ । ଘଟଣାର ଖବର ପାଇ ପାଟଣାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ବାଇକଟି ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.