- ତାଙ୍କ ଗସ୍ତ ଦ୍ୱିପାକ୍ଷିକ ସହଭାଗୀତାକୁ ନୂତନ ଗତି ପ୍ରଦାନ କରିବ : ପ୍ରଧାନମନ୍ତ୍ରୀ
- ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଗସ୍ତ ଏବଂ ପ୍ରଧାନମନ୍ତ୍ରୀ କାର୍ନିଙ୍କ ସହ ସାକ୍ଷାତକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତି, କୃଷି ଓ ଲୋକ-ଲୋକ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
- କାର୍ନିଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ସାକ୍ଷାତ ପାଇଁ ଉତ୍ସୁକତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କାନାଡାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁଶ୍ରୀ ଅନୀତା ଆନନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଆନନ୍ଦଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ତାଙ୍କର ଗସ୍ତ ଭାରତ-କାନାଡା ଦ୍ୱିପାକ୍ଷିକ ସହଯୋଗିତାକୁ ଗତି ପ୍ରଦାନ ଲାଗି ହେଉଥିବା ଉଦ୍ୟମକୁ ସହାୟତା କରିବ । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜୁନ ମାସରେ ଜି୭ ଶିଖର ସମ୍ମିଳନୀ ପାଇଁ ହୋଇଥିବା ତାଙ୍କର କାନାଡା ଗସ୍ତ ଓ ସେଠାରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ହୋଇଥିବା ଫଳପ୍ରଦ ବୈଠକ କଥା ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଗୁରୁତ୍ୱ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେ ତାଙ୍କର ଆଗାମୀ ସାକ୍ଷାତ ଓ ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି ।