centurian jitm

ରାତି ପାହିଲେ ବାହୁଡ଼ା ଯାତ୍ରା, ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

nschool

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ମହାପ୍ରଭୁ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ । ଶୁକ୍ରବାର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ସନ୍ଧ୍ୟାଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳଥିଲା । ଅପରାହ୍ନ ୪ଟା ପରେ ପ୍ରଶାସନ ଦର୍ଶନ ବନ୍ଦ ନିଷ୍ପତ୍ତି ନେଇଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବଢାଯାଇଥିଲା । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସିଂହଦାର ସମ୍ମୁଖରୁ ଲମ୍ବା ବ୍ୟାରିକେଟ୍‌ ହୋଇଥିଲା । ବାହୁଡା ଯାତ୍ରା ଲାଗି ରାତିରେ ମହାପ୍ରଭୁଙ୍କ ସତନ୍ତ୍ର ନୀତିକାନ୍ତି ହେବ । ଶୁକ୍ରବାର ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା । ସକାଳୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲ ।

Leave A Reply

Your email address will not be published.