oom

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ର ତଥା ଧାରା ବିବରଣୀ ଆୟୋଜନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବାହୁଡ଼ାଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଆଶିଷ ପ୍ଲାଜାଠାରେ ସୂଚନା କେନ୍ଦ୍ର ଖୋଲାଯାଇ ବାହୁଡ଼ା ଯାତ୍ରାର ଧାରା ବିବରଣୀ ଦିଆଯାଇଥିଲା । ଶିକ୍ଷାବିତ୍ ସନାତନ ଠାକୁର, କବି ମଧୁସୂଦନ ନାୟକ, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର, ପ୍ରବଚିକା କଲୋଳିନୀ ମିଶ୍ର, ପ୍ରବଚକ ବିଭୁତି ଭୂଷଣ ମିଶ୍ର, ପ୍ରବଚକ ବିଜୟ ତ୍ରିପାଠୀ ପ୍ରମୁଖ ଜଗନ୍ନାଥ ତତ୍ତ୍ଵ, ଜଗନ୍ନାଥ ସଂସ୍କୃତି ସହ ବାହୁଡ଼ା ଯାତ୍ରାର ମହର୍ତ୍ତପୂର୍ଣ୍ଣ ସଂପର୍କରେ ଉପସ୍ଥିତ ଥିବା ପ୍ରବଚକ, ପ୍ରବଚିକା ଧାରାବିବରଣୀ ପ୍ରଦାନ କରିଥିଲେ । ରାମ ଶଙ୍କର ଶତପଥୀ ଓ ଅପରୂପା ମହାନ୍ତି ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ସୂଚନା କେନ୍ଦ୍ର ତଥା ଧାରା ବିବରାଣୀ କେନ୍ଦ୍ରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କେଶବ ବାଗ, ସୁରେଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.