
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଭୂତିଆରବାହାଲ ପଞ୍ଚାୟତରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନା କରିଥଲେ । ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୮ଜଣ ହିତାଧକାରୀଙ୍କୁ କର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ଶତକଡା ୮୦%ରୁ ଅଧିକ ବିକଳାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ବ୍ୟକ୍ତିଙ୍କୁ ୩୫୦୦/- ଟଙ୍କା ୧୦ଜଣଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରାଯାଇଥିଲା । ସ୍ଵାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ୧୪ ଜଣ ୭୦ ବର୍ଷରୁ ଅଧିକ ସବୁ ଶ୍ରେଣୀର ଲୋକଙ୍କୁ ୧୨ଜଣ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ମନରେଗାରେ ନୂତନ ଜବ୍ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଗଲା । ବିଭିନ୍ନ ଯୋଜନାରେ ଗୁଡ଼ିକର କିପରି ଲାଭ ନେଇ ପାରିବେ ସେ ବିଷୟରେ ଅଧିକାରୀମାନେ ଲୋକଙ୍କୁ ବୁଝାଇଥିଲେ । ଏଥିରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ମହେଶ ପ୍ରଧାନ, ଡବ୍ଲୁଇଓ , ମେଡିକାଲ ଅଫିସର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ପୁରୁଷୋତ୍ତମ ସାହୁ, ଭୂତିଆରବାହାଲ ସରପଞ୍ଚ ନୀଳମଣି ସେଠ୍, ସମିତି ସଭ୍ୟ ଅଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତର ନିର୍ବାହୀ ଅଧିକାରୀ ରଞ୍ଜିବ ସାହୁ ସଭା ପରିଚାଳନା କରିଥିଲେ ।