ଗଞ୍ଜାମ ଜିଲ୍ଲା କାଞ୍ଚିଲି-ତୁମ୍ବାଞ୍ଚଳରେ ମହାବଳ ବାଘର ଆତଙ୍କ

  • ୬ଟି ଗୋରୁଙ୍କୁ ମାରି ସାରିଲାଣି ମହାବଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କାଞ୍ଚିଲି ଓ ତୁମ୍ବା ବନାଞ୍ଚଳରେ ଏକ ମହାବଳ ବାଘ ଘୁରି ବୁଲୁଥିବା ଜଣାଯାଇଛି । ଉକ୍ତ ବାଘର ସନ୍ଧାନ ନେଇ ଏକ ସିସିଟିଭିରେ କଏଦ ହୋଇଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିବା କୁହାଯାଇଛି । ଖବର ନେବାରେ ଜଣାଯାଇଛି ଯେ, ଉକ୍ତ ମହାବଳ ବାଘ ଗତକାଲି କାଞ୍ଚିଲି ଓ ତୁମ୍ବା ବନାଞ୍ଚଳରେ ବୁଲୁଥିବାର ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି । ଅନ୍ୟପକ୍ଷରେ ଏହି ବାଘ ଗତକାଲି ରାତ୍ରିରେ ଉକ୍ତ ଅଞ୍ଚଳରେ ଛଅଟି ଗାଈ ଗୋରୁଙ୍କୁ ଆକ୍ରମଣ କରି ମାରି ଖାଇଦେଇଛି । ଏନେଇ ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ମହଲରେ ଘୋର ଆତଙ୍କ ଖେଳାଇଦେଇଛି । ବନବିଭାଗ ଏହାର ବିହିତ ପ୍ରତିକାର କରି ଉକ୍ତ ମହାବଳ ବାଘକୁ ଧରି ଅଭୟାରଣ୍ୟରେ ଛାଡିବା ବ୍ୟବସ୍ଥା କରିବାକୁ ଜନ ସଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!