oom

ଆମପାଣି ଘାଟି ରାସ୍ତାରେ କଲରା ପତରିଆ ବାଘ

jsmm

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳିଛି ଏକ କଲରା ପତାରିଆ ବାଘ । ସୋମବାର ବିଳମ୍ବିତ ରାତିରେ ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧.୧୫ ମିନିଟ ସମୟରେ ଜୟପୁର ପଟୁ ନିଜ ଗାଁ ସିଉନି ଫେରୁଥିବା ସମୟରେ ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି କଲରା ପତରିଆ ବାଘକୁ ଅତି ନିକଟରୁ ଦେଖିଥିବା କହିଛନ୍ତି । ପୂର୍ବରୁ ଏହି ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ କଲରା ପତାରିଆ ବାଘ ଦେଖିବାକୁ ମିଳିଛି ଏବେ । ତେବେ ଏ ନେଇ ଆମପାଣି ଜଙ୍ଗଲ ବନପାଳଙ୍କ ନରେନ୍ଦ୍ର ବିଶି ସହ ଯୋଗାଯୋଗ କରିଥିବା ବେଳେ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

jittmm
Leave A Reply

Your email address will not be published.