ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ ସାହୁଙ୍କ ସଭାପତିତ୍ୱରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପାଇକମାଳ ବିଇଓ ଅଦନ ସୁନା ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ରାଧେଶ୍ୟାମ ମେହେର, ପାଇକମାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ବାଦଶ କୁମାର ସାହୁ, ସରପଞ୍ଚ ସୁବାସିନୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ସମିତି ସଭ୍ୟ ମହେନ୍ଦ୍ର ଭୋଇ, ସ୍କୁଲ ଚେୟାରମେନ ସନ୍ତୋଷ ପାଢୀ, ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ମାଳପଡା କ୍ଳଷ୍ଟର ସିଆରସିସି ସନ୍ତୋଷ ମେହେର ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ । ଆସନ୍ତା ଜୁନ୍ ୧୨ ତାରିଖରେ ହେବାକୁ ଥିବା ରାଜ୍ୟବ୍ୟାପୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ସଫଳ ରୂପାୟନ ପାଇଁ ଏକ ସାଧାରଣ ପୂର୍ବ ପ୍ରସ୍ତୁତି ବୈଠକ ହେବ । ପ୍ରଥମ ପର୍ଯ୍ୟାୟରେ ଛିନ୍ଦେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ଆନନ୍ଦିତ ହୋଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ସନ୍ତୋଷ ମେହେର ସଭାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ବୈଠକରେ ବ୍ଲକର ସମସ୍ତ କ୍ଲଷ୍ଟର ସିଆରସିସି, ମାଳପଡା କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ, ଛିନ୍ଦେଇକେଲା ଗ୍ରାମବାସୀ ତଥା ଅଞ୍ଚଳର ଶିକ୍ଷାପ୍ରେମୀ ମାନେ ବୈଠକରେ ଅଂଶଗ୍ରହଣ କରିଥିବା ବେଳେ ବୈଠକ ଶେଷରେ ପ୍ରସନ୍ନ ସାହୁ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ ,ପାଇକମାଳ ବ୍ଲକରେ ଛିନ୍ଦେଇକେଲା ଓ ବ୍ରାହ୍ମଣଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ପାଇଛି ।

Prev Post