centurian jitm

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତି ପାଇଁ ବୀରମହାରାଜପୁର ବିକାଶ କମିଟି ବୈଠକ :
ବିଧାୟକଙ୍କ ଦ୍ୱାରା ବିଭାଗୀୟ ଯୋଜନା କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉଲୁଣ୍ଡା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ବୀରମହାରାଜପୁର ବିଧାୟକ ମାନ୍ୟବର ଇଂ. ରଘୁନାଥ ଜଗଦଲା ଜିଲ୍ଲା ବିକାଶ ଓ ସରକାରୀ ଯୋଜନା କାର୍ଯ୍ୟକାରିତା ବିଷୟରେ ଗୁରୁତ୍ୱ ଦେଇ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ବୈଠକରେ ବିଧାୟକ ଜଣାଇଛନ୍ତି ଯେ, ଜିଲ୍ଲା ଉନ୍ନତି ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମିଳିତ ଭାବରେ କାମ କରିବା ଆବଶ୍ୟକ । ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡିକ ଦୃତ ଓ ବ୍ୟବସ୍ଥିତ କାର୍ଯ୍ୟକାରୀ ଭାବରେ ଲୋକଙ୍କ ନିକଟକୁ ପହଂଚିବା ଉଚିତ । କୌଣସି ଯୋଗ୍ୟ ଲୋକ ଯୋଜନାରୁ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ସେ ସୂଚୀତ କରିଛନ୍ତି । ବୈଠକରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗଗୁଡ଼ିକ ଯଥା ପଞ୍ଚାୟତି ରାଜ, ଆବାସ ଯୋଜନା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ବନଖଣ୍ଡ, ଶିକ୍ଷା, ସାମାଜିକ ସୁରକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ, ଶ୍ରମ ବିଭାଗ ଆଦିର ଚଳିତ ଏବଂ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଛି । ବୈଠକରେ ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପର ଅବସ୍ଥା, ଅଗ୍ରଗତି ଓ ବ୍ୟାପକ ପ୍ରସ୍ତାବ ସହ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଧାୟକଙ୍କ ଉପଦେଶ ଅନୁଯାୟୀ, ବିଭାଗୀୟ ହ୍ୱାଟସ୍ଆପ୍ ଗ୍ରୁପ ମାଧ୍ୟମରେ ତଥ୍ୟ ଅଦାନ-ପ୍ରଦାନ ଏବଂ ସଂଯୋଗ ସୁନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ପଲ୍ଲବୀ ରାଣୀ ରାଜ, ବିନିକା ବ୍ଲକ ସାଂସଦ ପ୍ରତିନିଧି ବାବୁଲୁ ବିଶି, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ଯୋଜନା ଓ ପରିଚାଳନା ବିଭାଗର ଅଧିକାରୀ ରୋଶନ ଗିଦ୍ଧି ପ୍ରମୁଖ ମଂଚାସୀନ ଥିବାବେଳେ ବୈଠକରେ ବ୍ଲକ ଓ ଜିଲ୍ଲା ସ୍ତରର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.