ମୁରିବାହାଲ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟିର ଉପସଭାପତି ବିଭୀଷଣ ମହାନନ୍ଦଙ୍କ ସଭାପତିତ୍ୱରେ ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ଏକ ସ୍ୱତନ୍ତ୍ର ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲା ଇନଚାର୍ଜ ସେକ୍ରେଟେରୀ ଅନିମା ମିଞ୍ଜ, ବଲାଙ୍ଗିର ଜିଲ୍ଲା ଆବାହକ ଅନିଲ ମେହେର, ପାଟଣାଗଡ଼ ବ୍ଲକ ସଭାପତି ପତିତପାବନ ପ୍ରଧାନ, ଯୁବ ନେତା ଅମିତ ସିଂ ସାଲୁଜା ପ୍ରମୂଖ ଯୋଗଦେଇଥିଲେ । ଏହି ବୈଠକରେ ସଭାପତି ଚୟନ ପାଇଁ ସମ୍ଭାବ୍ୟ ପାଞ୍ଚ ଜଣଙ୍କ ନାମ ରାଜ୍ୟ କଂଗ୍ରେସ ସଭାପତିଙ୍କ ସୁପାରିସ ପାଇଁ ପଠା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭୀଷଣ ମହାନନ୍ଦ, ଯଦୁପତି ଅଗସ୍ତି, ଗିରିଧାରୀ ସାହୁ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ନରେନ୍ଦ୍ର ବନଛୋର, ଜିତେନ ହାତୀ, ଉମେଶ ସିଂ ବର୍ମା, ତେଜରାଜ ଲୁହା, ବୁଲୁ ବିଶି, ବିଜୟ କିଷାନ, ବୁଲୁ କୁମ୍ଭାର, ବିଷ୍ଣୁ ସାହୁ, ବେଣୁ ପଶାୟତ, ପୂର୍ଣ୍ଣ ମାଝୀ, ଯୁଧା ନାଗ, ଆନନ୍ଦ ତାଣ୍ଡି, କମଳ ବୁଡେକ, ସତ୍ୟ ହାତୀ, ଇଶ୍ଵର ଭୋଇ, ପାର୍ଥ ଭୋଇ, ଖଡଗଧର ମହାନନ୍ଦ, ଅଇଁଠୁ ସାହୁ, ନଟ ସୁନା, ଅକ୍ଷୟ ନାଗ, କୃପା କୁମ୍ଭାର, ଶ୍ରିବନ୍ତ ମହାନନ୍ଦ, ଚିନ୍ତା ବାଗ, ପ୍ରେମାନନ୍ଦ ତାଣ୍ଡି ,ବିଜୟ ବାଗଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.