କପସିଲାଠାରେ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

ବଡଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କପସିଲା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ବଡଙ୍ଗୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପସିଲା ସିଆରସିସି ସୁଧାଂଶୁ ପୁଟା ତାଲିମ କାର୍ଯ୍ୟକ୍ରମ ପରିଚାଳନା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଗିନି ଝଙ୍କାର ସହଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପେଡାଗୋଜି ଅଧିକାରୀ ମଧୁମିତା ଦାଶ ଓ ଜିଲ୍ଲା ଶିକ୍ଷକ ଓ ତାଲିମ ଅନୁଷ୍ଠାନ ବଲାଙ୍ଗିରର ଶିକ୍ଷକ ପ୍ରଶିକ୍ଷକ ଶ୍ରୀମତୀ ଐଶ୍ୱର୍ଯ୍ୟା ସାମ୍ରାଙ୍ଗୀ ମିତ୍ରା ମନିଟରୀଙ୍ଗ କରିବାକୁ ଆସିଥିଲେ ଓ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବୈଠକ ବିଷୟରେ ପଚାରି ବୁଝିଥିଲେ ଓ ଏହି ବୈଠକରେ ଥିବା ବିଷୟବସ୍ତୁ ଉପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଜର ମତ ପ୍ରକାଶ କରିଥିଲେ । ଏହି ବୈଠକରେ କପସିଲା କ୍ଲଷ୍ଟରର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓଏଫଏଲଏନ ଶିକ୍ଷକ ଯୋଗ ଦେଇଥିଲେ । ଏହି ବୈଠକରେ ଶିଶୁବାଟିକା-୩ରୁ ଶ୍ରେଣୀ ତୃତୀୟ ପର୍ଯ୍ୟନ୍ତ ଶୈଖିକ କ୍ୟାଲେଣ୍ଡର ବିଷୟରେ ଆଲୋଚନା କରାଯାଇଥିଲା । ବହୁଶ୍ରେଣୀ ଭାଷା ଓ ଗଣିତ ପାଠଟୀକା ଓ ଶିକ୍ଷକ ପରିଚାଳନା କିପରି କରାଯିବ ତା ବିଷୟରେ ତାଲିମ ଦିଆ ଯାଇଥିଲା ଓ ଶିକ୍ଷକମାନେ ମଧ୍ୟ ପାଠ ଯୋଜନା ପ୍ରସ୍ତୁତ ଓ ଉପସ୍ଥାପନ କରିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ ବିଷୟରେ ଆଲୋଚନା ହୋଇଥିଲା । ସାମଗ୍ରିକ ପ୍ରଗତି ପତ୍ରରେ ଥିବା ସୂଚନା ଓ ତାହାର ବ୍ୟବହାର କିପରି କରାଯିବ ସମସ୍ତ ଶିକ୍ଷକଙ୍କୁ ସିଆରସିସି ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.