ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଉରକେଲା ଶାଖାର ପ୍ରାକ୍ ପ୍ରସ୍ତୁତି ବୈଠକ ରାଷ୍ଟ୍ରୀୟ ପରିଚାଳନା ସମିତି ସଦସ୍ୟ ତଥା ରାଜ୍ୟ ସଂଯୋଜକ ଡାକ୍ତର ବିଶ୍ୱଜିତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨୦,ଏ/୧ ପ୍ରତିଷ୍ଠାନର କାର୍ଯ୍ୟାଳୟଠାରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଅନୁଷ୍ଠାନ ତଥା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମାଜରେ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା, ନିୟମିତ ପାଠଚକ୍ର, ଯୁବପିଢୀ ଙ୍କୁ ଯୋଡିବା, ମଦ ବିରୋଧୀ, ପରିବେଶ ସୁରକ୍ଷା, ମାନସିକତାରେ ପରିବର୍ତ୍ତନ, ବିଦ୍ୟାଳୟ ସ୍ତରୀୟ ଆଲୋଚନାଚକ୍ର ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା, ସହରର ବିଭିନ୍ନ ୱାର୍ଡରୁ ୨/୩ ଜଣ ଲେଖାଏଁ ଗାନ୍ଧୀ ପ୍ରେମୀଙ୍କୁ ଯୋଡିବା, ଗାନ୍ଧୀଙ୍କ ଜୀବନୀ ସମ୍ପର୍କୀତ ଚିତ୍ର ପ୍ରଦର୍ଶନୀ ଆଦି ଉପରେ ଆଲୋଚନା ଓ ଗୁରୁତ୍ୱାରୋପ କରାଯାଇଥିଲା । ଆବାହକ ଡ଼ା ରାୟ ରାଜ୍ୟ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଏସମ୍ପର୍କରେ ସମସ୍ତ ତଥ୍ୟ ଜଣାଇ ଆଗାମୀ କାର୍ଯ୍ୟକ୍ରମର ଋପରେଖ ପ୍ରସ୍ତୁତ କରିବେ ବୋଲି କହିଥିଲେ । ଏହି ବୈଠକରେ ଇଂ ଅଭୟ କୁମାର ଦାସ, ଇଂ ଅଜିତ ମୋହନ ପୁଜାରୀ, ବ୍ରଜେନ୍ଦ୍ର ଦାଶ, ପ୍ରଫେସର ହୃଷୀକେଶ ନାଏକ, ରାଜକିଶୋର ମିଶ୍ର, ଡ ସୁମନ ଦତ୍ତ, ପ୍ରଫେସର ସରୋଜ କୁମାର ପଟେଲ, ପ୍ରଫେସର ଡ଼ଃ ଅଜିତ ବେହେରା, କୁଞ୍ଜବିହାରୀ ରାଉତ, ସଂଗ୍ରାମ ଭୂୟାଁ, ସସ୍ମିତା ପ୍ରଧାନ, ସୋମେଶ ଜେନା, କୁନାଲ ନାୟକ, ବିଷ୍ଣୁ ଦୟାଲ ଅଗ୍ରୱାଲ, ରାଜ୍ୟ ସଂଗଠନ ସମ୍ପାଦକ ହରିହର ସେନ୍, ଗୈାରବ ମହାପାତ୍ର, ଏମଡି ଦାନିଶ ଓ ପ୍ରତିଷ୍ଠାନର ପରିଚାଳିକା ଭଗବତୀ ଜେନା ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ । ଅନୁଷ୍ଠାନକୁ ଅଧିକ କ୍ରୀୟାଶୀଳ ତଥା ଆଗାମୀ କାର୍ଯ୍ୟକ୍ରମକୁ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ମତପ୍ରକାଶ ପାଇଥିଲା ।

Prev Post