ସାର୍ବଜନୀନ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗତବର୍ଷର ଆୟବ୍ୟୟ ପଠନ କରାଯାଇଥିଲା ଏବଂ ଏହା ସହ ଆସନ୍ତା ପୂଜା ପାଇଁ ନୂତନ କମିଟି ଗଠନ କରାଗଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଆଇନଜୀବି ଅଜିତ କୁମାର ଶତପଥୀ ମନୋନୀତ ହୋଇଥିବା ବେଳେ ପ୍ରିୟରଞ୍ଜନ ଭୋଇ ଓ ପ୍ରଫୁଲ୍ଲ ମିଶ୍ର ଉପସଭାପତି, ଆଦର୍ଶ କୁମାର ନାଥ ଓ ଅଜୁ ପଟ୍ଟନାୟକ ସମ୍ପାଦକ, ଶ୍ୟାମଳ ଦାସ କୋଷାଧ୍ୟକ୍ଷ, ରାକେଶ ଦାସ ସହ କୋଷଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏହା ସହ ଉପଦେଷ୍ଟା କମିଟିରେ ଅଶୋକ ବହିଦାର, ଜିତେନ୍ଦ୍ର ଦାସ, ହରିହର ପଟ୍ଟନାୟକ, ସୁବାଷ ପାତ୍ର, ଭରତ ନାୟକ, ଉପେନ୍ଦ୍ର ପାଢ଼ୀ ରହିଥିବା ବେଳେ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଥିଲା । ଚଳିତ ବର୍ଷ ଅକ୍ଟୋବର ୨୧ରେ ଅଧିବାସ ତଥା କଳସ ଯାତ୍ରା ଥିବା ବେଳେ ୨୫ ତାରିଖ ଶୁକ୍ରବାର ଦିନ ମା ଶ୍ୟାମା କାଳୀଙ୍କ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ଏବଂ ପୂଜାକୁ ଏଥର ଧୁମଧାମରେ ପାଳନ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉ ଥିବା ସଭାପତି ଶ୍ରୀ ଶତପଥୀ ଜଣାଇଛନ୍ତି ।

jittmm
Leave A Reply

Your email address will not be published.