ଡାହିମାଲ କ୍ଲଷ୍ଟରର‌ କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କମିଟି ଚୟନ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତେନ୍ତୁଳୀଖୁଣ୍ଟି ପଂଚାୟତ ଉଚ୍ଚ ବିଦ୍ୟାଳୟ ଡାହିମାଲଠାରେ ଡାହିମାଲ କ୍ଲଷ୍ଟରର‌ କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା କମିଟି ଚୟନ ବୈଠକରେ ସ୍ଥାନୀୟ ଡ଼ାହିମାଲ ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ଅଧ୍ୟକ୍ଷତା କରିଥିଲେ ।ଆସ ସ୍କୁଲ ଯିବା ଉପରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ମନୋରଞ୍ଜନ ଭୋଇ ଓ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୃଦା ନନ୍ଦ ଯୋଗ ଦେଇ ଆସ ସ୍କୁଲ ଯିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ଜଗବନ୍ଧୁ ଭୋଇ, ପିତବାସ ମହାଲିଙ୍ଗ, କ୍ରିଷ୍ଣା ଭୋଇ, ପୁରୁଷୋତ୍ତମ ଭୋଇ ସୁଧୀର ପଧାନ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପୋଷଣ କରିଥିଲେ । କ୍ଲଷ୍ଟର ସ୍ତରୀୟ ଚୟନ କମିଟିରେ ସି ଆର ସି ସି ପ୍ରହଲ୍ଲାଦ ଦଣ୍ଡସେନା, ପି ଆର ଆଇ ମେମ୍ବର ସରପଞ୍ଚ ଗୃଦା ନନ୍ଦ, ଗ୍ରାମ ପଂଚାୟତ ପିଇଓ ଖଗପତି କୁମ୍ଭାର, ପ୍ରଧାନ ଶିକ୍ଷକ ଅଗ୍ନିକୁମାର ନାଏକ, ଏସଏମସି ସଭାପତି ଅଭିରାମ ବୁଡ଼େକ, ସ୍ୱାସ୍ଥ୍ୟ କର୍ମୀ ଧରମ ସିଂ ଭୋଇ ଅଙ୍ଗନବାଡି କର୍ମୀ ମୁନି ପଣ୍ଡା, ଆଲୁମିନି ଧୂବଳେଶ୍ୱର ନାଗ, ନୋଡାଲ ଶିକ୍ଷକ ଅଶୋକ ଝାଙ୍କର ଏବଂ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମିତି ସଭ୍ୟା ସଞ୍ଜୁ ମାଝୀଙ୍କୁ ସଦସ୍ୟ ସଦସ୍ୟା ଭାବେ ସର୍ବ ସମ୍ମତି କ୍ରମେ କମିଟିରେ ଚୟନ କରାଗଲା ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସୁନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଶୋକ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.