ବ୍ଲକ ସ୍ତରୀୟ “ଓଷ୍ଟା” ଶିକ୍ଷକ ସଙ୍ଗଠନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ଲକ ସ୍ତରୀୟ “ଓଷ୍ଟା ” ଶିକ୍ଷକ ସଙ୍ଗଠନର ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମଲଠାରେ ସଙ୍ଘର ଉପ- ସଭାପତି ସୁଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ଜୀବର୍ଦ୍ଧନ ବିଶି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆସନ୍ତା ୮ ତାରିଖ ଦିନ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ବରଗଡ଼ଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବାକୁ ଥିବା ଦାବୀ ପତ୍ର କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶିକ୍ଷକ ଯୋଗ ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ତାସହିତ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୬ ତାରିଖକୁ “ଶିକ୍ଷକ ଦାବୀ ଦିବସ ” ରୂପେ ପାଳନ କରାଯାଇ ଥାଏ । ଏଣୁ ଏହି ଦିବସକୁ ସଫଳ କରିବା ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗକୁ ପାଇକମାଲ ବ୍ଲକର ପ୍ରତ୍ୟକ ବିଦ୍ୟାଳୟରୁ ଶିକ୍ଷକ ପ୍ରତିନିଧି ପହଞ୍ଚିବା ପାଇଁ ବୟୋ ଜ୍ୟୋଷ୍ଠ ଉପଦେଷ୍ଟା ନନ୍ଦଲାଲ ନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ । “ଓଷ୍ଟା” ସଂଗଠନରେ ନୂତନ ସଭ୍ୟ ପଞ୍ଜି କରଣ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଓଷ୍ଟା ଟେଷ୍ଟ ପେପର, ପ୍ରଶ୍ନ ପତ୍ରର ଉପାଦେୟତା ଉପରେ ଓଷ୍ଟାର ବରିଷ୍ଠ ସଦସ୍ୟ ଭବାନୀଶଙ୍କର ଭୋଇ ଆଲୋଚନା କରିଥିଲେ । ଓଷ୍ଟା ରାଜ୍ୟ କାଯ୍ୟକାରିଣୀର ସଦସ୍ୟ ରମାଇ ଚରଣ ଦାଶ ସମସ୍ତ ଶିକ୍ଷକ ଏକତ୍ରିତ ହୋଇ ରହିଲେ ଓଷ୍ଠା ସଙ୍ଗଠନ ମାଧ୍ୟମରେ ଶିକ୍ଷକଙ୍କ ଦାବୀ ଗୁଡିକ ସରକାରଙ୍କଠାରୁ ସହଜରେ ହାସଲ କରି ହେବ ବୋଲି ପରାମର୍ଶ ଦେଇଥିଲେ । ଏହି ବୈଠକରେ ପାଇକମାଲର ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ ଶିକ୍ଷକ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଓଷ୍ଟା ସଂଗଠନର ବୟୋ ଜ୍ୟୋଷ୍ଠା ସଦସ୍ୟା ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.