ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକରେ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ସ୍ଥାନୀୟ ଶ୍ରୀନୃସିଂହ ମନ୍ଦିର ପରିସରରେ ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସମ୍ପାଦକ ଜୟରାମ ମିଶ୍ର ବିବରଣୀ ପାଠ କରିଥିଲେ । ବ୍ରାହ୍ମଣ ସମାଜର କିଛି ସମସ୍ୟା ଉପରେ ଆଲୋଚନା ପରେ ସାମୁହିକ ଭାବରେ ସର୍ବ ସମ୍ମତ୍ତି କ୍ରମେ ବ୍ରାହ୍ମଣ ଏକତା ଓ ସଂଗଠନ ସୁଦୃଢ କରିବା ସହିତ ଏକାକାର ହୋଇ ଆଗକୁ ବଢିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅଖିଳ ଓଡିଶା ବ୍ରାହ୍ମଣ ମହାସଭା ଦ୍ୱାରା ଅନୁବନ୍ଧିତ ହୋଇ ନିୟମ ମୁତାବକ ସମସ୍ତ କାର୍ଯ୍ୟ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଆସନ୍ତା ନୁଆଁଖାଇ ଭେଟଘାଟ, ବାମନ ଜୟନ୍ତି ଓ ସାମୁହିକ ତିଲତର୍ପଣ କାର୍ଯ୍ୟକ୍ରମ ସହିତ ସ୍ମରଣିକା ପାଇଁ ବିଭିନ୍ନ କମିଟି ଗଠନ କରାଗଲା । ଆବାହକ କମିଟି ଗୋପବନ୍ଧୁ ପୁରୋହିତ ସଭାପତି, ଜୟରାମ ମିଶ୍ର ସଂପାଦକ, ଆବାହକ ପ୍ରଭାକର ମିଶ୍ର, ସହ-ଆବାହକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପର୍ଶୁରାମ ବାହିନୀ, କିଶୋର ପୁରୋହିତ ସଂଗଠନ ସଂପାଦକ, ସମ୍ପାଦନା ମଣ୍ଡଳୀ କସ୍ତୁରୀ ରଥ, ମଧୁସୁଦନ ନାୟକ, ପ୍ରଦୀପ କୁମାର ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ଜଗନ୍ନାଥ ଷଡଙ୍ଗି, ସିର୍ଦ୍ଦେଶ୍ୱର ପାଣିଗ୍ରାହୀ, ରାଜ କିଶୋର ପଣ୍ଡା, ଆଶୁତୋଷ ମିଶ୍ର, ଉପଦେଷ୍ଟା ମଣ୍ଡଳି ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଶ୍ରୀକର ମିଶ୍ର, ଶିବ ଶଙ୍କର ଖୁଆସ ଓ ଲୋକନାଥ ନେପାକ, ବିଜ୍ଞାପନ କମିଟି ପର୍ଶୁରାମ ନାୟକ, ସୁଧୀର କୁମାର ଚାନ୍ଦ, ରଂଜିତା ପାଣିଗ୍ରାହୀ, ନିହାରିକା ମିଶ୍ର, ବିଧୁଭୂଷଣ ତ୍ରିପାଠି, ସର୍ଜନ ଆଚାର୍ଯ୍ୟ, ଅଭ୍ୟର୍ଥନା କମିଟି ସଂକୀର୍ତ୍ତନ ତ୍ରିପାଠି, କିଶୋର ମିଶ୍ର, ଶିବ ନାରାୟଣ ରଥ, କୁମୁଦିନୀ ପଣ୍ଡା, ରାଜଶ୍ରୀ ତ୍ରିପାଠୀ, ଗିରିଶ ପଣ୍ଡା, ବାଳକୃଷ୍ଣ ଷଡଙ୍ଗି, କୃପାସିନ୍ଧୁ ମିଶ୍ର । ବ୍ରାହ୍ମଣ ସମାଜର ସଂଗଠନ ସୁଦୃଢ ସକାଶେ ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟିକୁ ବର୍ଦ୍ଧିତ କରି ଅନୁମୋଦନ କରାଗଲା । ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ଓ ପର୍ଶୁରାମ ମନ୍ଦିରର ଉନ୍ନତିକରଣ ସକାଶେ ବ୍ରାହ୍ମଣ ମହାସଭା ଅର୍ଥଦାନ କରି ଆଗାମୀ ଦିନରେ ସରକାରୀ ସହାୟତା ପାଇଁ ଆବେଦନ କରିବା ପାଇଁ ସ୍ଥିରିକୃତ କରାଗଲା । ସଭା ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.