ବ୍ରହ୍ମପୁରଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ବ୍ରହ୍ମପୁରଠାରେ ଉପଖଣ୍ଡସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଗତ କ୍ରମେ ଅତିରିକ୍ତ ଉପ-ଜିଲ୍ଲାପାଳ (ଛତ୍ରପୁର) ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପ-ଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ବ୍ରହ୍ମପୁର ଟାଉନ ଏସ.ଡି.ପି.ଓ. ପ୍ରୀୟସ ରଞ୍ଜନ ଛୋଟରାୟ, ଟ୍ରାଫିକ ଡି.ଏସ୍.ପି. ତ୍ରିପତି ଚୌଧୁରୀ ମଞ୍ଚାସୀନ ଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ ସ୍ୱରୂପ ଆଲୋଚନା ହୋଇଥିଲା । ସ୍ଵାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ୪.୩୦ମି ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହରରେ ରାମଧୁନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟାରେ ପତାକା ଉତ୍ତୋତ୍ତଳନ କରିବେ । ସକାଳ ୯ ଘଣ୍ଟା ୧୫ ମିନିଟରେ ଉକ୍ତ ଦିନ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ଆସନ୍ତା ୧୧ ଓ ୧୨ ତାରିଖ ଅପରାହ୍ନ ୩ଘଣ୍ଟା ଏବଂ ୧୩ ତାରିଖ ସକାଳ ୮ଘଣ୍ଟା ସମୟରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ସ୍ୱାଧୀନତା ଦିବସ ନିମନ୍ତେ ଆସନ୍ତା ୨ ତାରିଖରେ ଚିତ୍ରାଙ୍କନ ଓ ଓଡ଼ିଆ ରଚନା ପ୍ରତିଯୋଗିତା ଏବଂ ୩ ତାରିଖରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାଉପଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୮ଘଣ୍ଟା ସମୟରେ ଆୟୋଜିତ ହେବ । ଏହି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମୀ ରାଣୀ ନିମାକା ପୂର୍ବ ପ୍ରସ୍ତୁତିର ବିବରଣୀ ପାଠ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ, ରଜକ ହୁସେନ ଓ ରବୀନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.