ppurohit

ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ୍ୟ ଚିନ୍ତନ ବୈଠକ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜାଖମନଠାରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ତରଫରୁ ତୃତୀୟ ବର୍ଷ ସଂକୀର୍ତ୍ତନ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୪ଟି ବ୍ଲକରୁ ୧୦ଜଣିଆ କମିଟି ସହିତ ପ୍ରାୟ ୨୦୦ରୁ ଅଧିକ ପୁରୁଷ ଓ ମହିଳା ସଂକୀର୍ତ୍ତନ୍ୟ କଳାକାର ଯୋଗ ଦେଇଥିଲେ । ସଂକୀର୍ତ୍ତନ୍ୟ କଳାକାରଙ୍କ ଉନ୍ନତି ତଥା ସମସ୍ତେ ଏକଜୁଟ ହୋଇ ସଂଘକୁ, ନିଜକୁ ଓ କଳାକୁ ସମସ୍ତ କ୍ଷେତ୍ରରେ ବଂଚାଇ ରଖିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ସମସ୍ତ ବ୍ଲକର ସଭାପତି ଯଥା ବିଭିଷଣ ପୁଜାରୀ, ପ୍ରଭଞ୍ଜନ ମାଝି, ଲମ୍ବୋଦର ସାହୁ, ସହଦେବ ପଣ୍ଡା, ମାର୍କଣ୍ଡ ବାଗ, ଗଦାଧର ଦଣ୍ଡସେନା, ଶିବ ମେହେର, ବିରଂଚି ମହାପାତ୍ର, ନରେନ୍ଦ୍ର ବାରିକ, କୁଞ୍ଜବଳ ଭୋଇ, ନରେନ୍ଦ୍ର ସାହୁ, ଅଭିମନ୍ୟୁ ନାଗ ପ୍ରମୁଖ ସହଯୋଗ କରିଥିଲେ । ଉପଦେଷ୍ଟା କମିଟିରେ ଅବନି ପ୍ରଧାନ, ମନମୟ ତ୍ରିପାୀ, କିଶୋର ମିଶ୍ର, ଦିଲିପ ପାଣ୍ଡିଆ, ଆର୍ତ୍ତ ବାଗ ପରିଚାଳନା କରିଥିଲେ । ଜିଲ୍ଲା ସଭାପତି ଜିତେନ୍ଦ୍ର ତ୍ରିପାଠି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.