oom

ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ୱତନ୍ତ୍ର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ମରଣିକା ପ୍ରକାଶନ ପାଇଁ ଏକ ସ୍ୱତନ୍ତ୍ର ସଭା ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅସୁସ୍ଥତା କାରଣରୁ ସମ୍ପାଦକ ଜୟରାମ ମିଶ୍ର ଦିର୍ଘ ଦିନ ଅନୁପସ୍ଥିତ ଥିବାରୁ ଏବଂ ଅନେକ ସଦସ୍ୟଙ୍କ ଅନୁପସ୍ଥିତିରେ ସ୍ମରଣିକା ପ୍ରକାଶନ ଶିଘ୍ର କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା । ଆସନ୍ତା ସାଧାରଣ ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ ପରେ ସ୍ମରଣିକା ପ୍ରକାଶନ କରାଯିବା ପାଇଁ ସ୍ଥିର କରାଗଲା । ପର୍ଶୁରାମ ବାହିନୀର ବିଗତ ଦିନର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରି ଆଗାମୀ ଦିନରେ ବହୁ ଯୁବପିଢିକୁ ସାମିଲ କରିବା ପାଇଁ ସ୍ଥିର କରଗଲା । ଜିଲ୍ଲା ବ୍ରାହ୍ମଣ ସମାଜ ଆଗାମୀ କାର୍ଯ୍ୟକ୍ରମ “ନୁଆଁଖାଇ ଭେଟଘାଟ”, ସାମୁହିକ ଶ୍ରାଦ୍ଧ ଓ ବାମନ ଜନ୍ମୋତ୍ସବ ପାଳନ ଉପରେ ଚର୍ଚ୍ଚା କରାଯାଇଥିଲା । ସର୍ବୋପରି ବ୍ରାହ୍ମଣ ଏକତା ଉପରେ ସମସ୍ତ ସଭ୍ୟ ଏକମତ ହୋଇ ଆଗାମୀ ଦିନରେ ଜିଲ୍ଲା ବ୍ରାହ୍ମଣ ସମାଜକୁ ଅଗ୍ରଗନ୍ୟ ରୂପେ ଉଭା କରିବା ପାଇଁ ଦୃଢ ପ୍ରୟାସ ଜାରି ରହିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ସଭାରେ ସହ ସଂପାଦକ ଶୁଭେନ୍ଦ୍ର ନେପାକ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, କାର୍ଯ୍ୟକାରୀ ସଭ୍ୟ ପୁରୁଷୋତ୍ତମ ପଣ୍ଡା, ଶ୍ୟାମ ସୁନ୍ଦର ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ନଗର ସଂପାଦକ ସଂକିର୍ତ୍ତନ ତ୍ରିପାଠି, ସଂଗଠନ ସଂପାଦକ କିଶୋର କୁମାର ପୁରୋହିତ, ବରିଷ୍ଠ ସଦସ୍ୟ ପଣ୍ଡିତ ଗିରିଧାରୀ ଶତପଥି, ଶିବ ଶଙ୍କର ଖୁଆସ, ପ୍ରଭାକର ମିଶ୍ର, ମଧୁ ନାୟକ, କୃପାସିନ୍ଧୁ ମିଶ୍ର, ସୁବାଷ ଶତପଥି, ଶିବ ନାରାୟଣ ରଥ, ବିଧୁଭୂଷଣ ତ୍ରିପାଠି, ସୁଧିର ତ୍ରିପାଠି, ରାମ ଶଙ୍କର ଶତପଥି, କାହ୍ନୁ ଶତପଥି, ସୋମନାଥ ମିଶ୍ର, ସୁରେଶ ମିଶ୍ର, ପ୍ରଭୁଦତ୍ତ ଶତପଥି, ବାଳକୃଷ୍ଣ ଷଡଙ୍ଗୀ, ପ୍ରଦୀପ ଖମାରୀ, ରଞ୍ଜନ କୁମାର ତ୍ରିପାଠି, ଜଗଦୀଶ ପ୍ରସାଦ ନାଥ, ରାଜେଶ ପଣ୍ଡା, ସିର୍ଦ୍ଦେଶ୍ୱର ପାଣିଗ୍ରାହୀ, ବିଘ୍ନରାଜ ମିଶ୍ର, ସର୍ଜନ ଆଚାର୍ଯ୍ୟ, ଲୋକନାଥ ନେପାକ, ଗିରିଶ ଚନ୍ଦ୍ର ପଣ୍ଡା, ନିଳାଚଳ ହୋତା, ଦୁର୍ଗା ପ୍ରସାଦ ହୋତା, ରଞ୍ଜନ ମିଶ୍ର ଇତ୍ୟାଦି ଅନେକ ଗଣ୍ୟମାନ୍ୟ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଜୟରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.