
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ସହଅନୁବନ୍ଧିତ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୂର ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ସଭାନେତ୍ରୀ ପି.ଗାୟତ୍ରୀ ରେଡ୍ଡୀ ଓ ସମ୍ପାଦିକା ଗୀତା ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ବୈଠକରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖାର ମହିଳା ନେତ୍ରୀ, ମହିଳାଗୋଷ୍ଠୀଙ୍କୁ ସମାଜସେବୀ ଭାବେ ଆଖ୍ୟା ଦେଇ ଉତ୍ସାହିତ କରିଥିଲେ । ରାଜ୍ୟ ସଭାନେତ୍ରୀ ଲକି ହୋତା ଓ ସମ୍ପାଦିକା ତୁଳସୀ ହନ୍ତାଳ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିକୃତୀରେ ପୁଷ୍ପାଞ୍ଜଳି ପ୍ରଦାନ ସହ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଅତିଥିଗଣଙ୍କ ଦ୍ଵାରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପରେ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରଯାଇ ଅତିଥିମାନଙ୍କୁ ମଞ୍ଚାସୀନ କରଯାଇଥିଲା । ଛତ୍ରପୁର ବିଧାୟକଙ୍କ ନିଜ ନିର୍ବାଚନମଣ୍ଡଳୀରେ ଏହି ବୈଠକ ହୋଇଥିବାରୁ ଖୁସିବ୍ୟକ୍ତ କରି ସି.ଆର.ପି. ମହିଳା ଗୋଷ୍ଠୀଙ୍କ ସୁଖଦୁଃଖରେ ସଦାସର୍ବଦା ସାଥୀ ହୋଇ ରହିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସି.ଆର.ପି. ସଂଘର ସଭାନେତ୍ରୀ ଓ ସଂପାଦିକା ଗଞ୍ଜାମ ଜିଲ୍ଲାରେ ପ୍ରଥମ ବୈଠକ ହୋଇଥିବାରୁ ଖୁସିବ୍ୟକ୍ତ କରିବା ସହ ସଂଘର ଆଗାମୀ ରଣନୀତି ଓ ସି.ଆର.ପି. ମାନଙ୍କ ସମସ୍ୟାର ସମାଧାନ ପାଇଁ ଲିଖିତ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରୁ ଶହଶ୍ରାଧିକ ମହିଳା ଗୋଷ୍ଠୀ ସିଆରପି ସଦସ୍ୟାମାନେ ବୈଠକରେ ଯୋଗଦେଇ ସଂଘବଦ୍ଧ ଭାବେ ସମାଜର ଆଦର୍ଶତା ବଜାୟ ରଖିବାକୁ ଉଦ୍ୟମ ଜାରୀ ରଖିବେ ବୋଲି ପ୍ରତିଜ୍ଞାବଦ୍ଧ କରିଥିଲେ ।