
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ପର୍ଶୁରାମ ବାହିନୀର ବିଭିନ୍ନ ଆୟୋଜକ କମିଟି ଗୁଡିକର ଏକ ବୈଠକ ହୋଇଥିଲା । ଏହି ସଭାରେ ଶିବ ଶଙ୍କର ଖୁଆସ ସଭାପତିତ୍ୱ କରିଥିଲେ ଓ ପର୍ଶୁରାମ ଜନ୍ମୋତ୍ସବ କମିଟିର ଆବାହକ ସୁଧୀର କୁମାର ଚାନ୍ଦ ଓ ପର୍ଶୁରାମ ବାହିନୀର ଓଡିଶା ରାଜ୍ୟ କାର୍ଯକାରୀ ସଭାପତି ନରେନ୍ଦ୍ର କୁମାର ଆଚ।ର୍ଯ୍ୟ ପରିଚାଳନା କରିଥିଲେ । ପ୍ରଥମେ ସଭାପତି ମଣ୍ଡଳି ଗତ ୨୯.୦୪.୨୦୨୫ ଦିନ ସବୁ ବର୍ଗର ଲୋକ ସମେତ ବିଭିନ୍ନ ଆୟୋଜନ କମିଟିର ଶାନ୍ତିଶୃଙ୍ଖଳାର ସହିତ ଭବ୍ୟ ଶୋଭାଯାତ୍ରା କରିଥିବାରୁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ । ବରିଷ୍ଠ ସଦସ୍ୟ ଶ୍ରୀକର ମିଶ୍ର ବ୍ରାହ୍ମଣ ସମାଜର ବିଭିନ୍ନ ଦିଗ ଉପରେ ସାମ୍ୟକ ସୁଚନା ଦେଇଥିଲେ । ଏହି ସଭାରେ ଆୟବ୍ୟୟ ସମେତ ଆନୁସଙ୍ଗିକ ଆସବାସ ପତ୍ର କିଣା ଉପରେ ସର୍ବ ସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା ଓ ବଳକା ପାଣ୍ଠିକୁ ଜିଲ୍ଲା ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀର ଏକ ସ୍ୱତନ୍ତ୍ର ଜମାଖାତା ଖୋଳିବା ପାଇଁ ସହମତି ପ୍ରକାଶ ପାଇଥିଲା । ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ (ମନ୍ଦିର)ଠାରେ ଏକ ଅସ୍ଥାୟି ଚାଦର ନିର୍ମିତ ଘର ଓ ପତାକା ବେଦୀ ସୁରକ୍ଷା ଦୃଷ୍ଟିରୁ କରିବାକୁ ଅନୁମୋଦନ କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟ ଯଥା ପର୍ଶୁରାମ ଛକ ପାଇଁ ମୂର୍ତ୍ତି ନିର୍ମାଣ, ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ପାଇଁ ଜମି ସମନ୍ଧୀୟ କାର୍ଯ୍ୟ ଓ ଆଗାମୀ ଜନ୍ମୋତ୍ସବ ଇତ୍ୟାଦି କାର୍ଯ୍ୟକ୍ରମ କରାଇବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଗଲା । ନରେନ୍ଦ୍ର କୁମାର ଆଚାର୍ଯ୍ୟ, କିଶୋର କୁମାର ପୁରୋହିତ, ସୁଧୀର କୁମାର ତ୍ରିପାଠୀ, ବିଧୂ ଭୂଷଣ ତ୍ରିପାଠୀ, ରାଜେଶ ପଣ୍ଡା, ସର୍ଜନ ଆଚାର୍ଯ୍ୟ, ସୁରେଶ ମିଶ୍ର, ସନ୍ତୋଷ ତ୍ରିପାଠି, ଜଗଦୀଶ ନାଥ, ଶକ୍ତି ବାହିନୀରୁ ରଂଜିତା ପାଣିଗ୍ରାହୀ, ନିହାରିକା ମିଶ୍ର ଓ ରାଜଶ୍ରୀ ତ୍ରିପାଠୀ, କସ୍ତୁରୀ ରଥ, ସାଗରିକା ଗୁରୁଙ୍କ ସଦସ୍ୟ ରୂପେ ମନୋନୀତ କରାଗଲା । ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସିଦ୍ଧାନ୍ତ ନିଆଗଲା । ପ୍ରାୟ ସମସ୍ତ ସଦସ୍ୟ ଓ ସଦସ୍ୟା ଏହି ସଭାରେ ନିଜ ନିଜର ମତ ଉପସ୍ଥାପନ କରି ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସାଧାରଣତଃ ଶିବ ନାରାୟଣ ରଥ, ସୁବାଷ କୁମାର ଶତପଥି, ଜଗଦିଶ ପ୍ରସା ନାଥ, କୃପାସିନ୍ଧୁ ମିଶ୍ର, ପବିତ୍ର ମୋହନ ଦାଶ, ବିଘ୍ନରାଜ ମିଶ୍ର, ସଂକିର୍ତ୍ତନ ତ୍ରିପାଠି, ସୁନିଲ ମିଶ୍ର, କାହ୍ନା ଶତପଥି, ସୌମ୍ୟ ରଂଜନ ମିଶ୍ର, ବୁବୁନ ନାୟକ, ଅକ୍ଷୟ ତ୍ରିପାଠି, ଲାଲ ପଣ୍ଡା ସମେତ ଅନେକ କମିଟି ସଦସ୍ୟଙ୍କ ସକ୍ରିୟ ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ । ସଭା ଶେଷରେ ସମସ୍ତଙ୍କର ଆକୁଣ୍ଠ ସମର୍ଥନ ଓ ସାହାଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରି କିଶୋର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।