oom

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳା ଚୁଡାନ୍ତ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ମନ୍ଦିର ସଭାଗୃହରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳାର ଚୁଡାନ୍ତ କମିଟି ବୈଠକ ଗୁରୁବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିଂହ୍ନା ଗତ ବୈଠକ ବିବରଣୀ ପାଠ କରିଥିଲେ । ଆସନ୍ତା ମେ ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରିବା ନିମନ୍ତେ ଆଜିର ପ୍ରସ୍ତୁତି ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ୍, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାନ, ଉପ ଜିଲ୍ଲାପାଳ ‌ଅରୁଗୁଲା ସ୍ନେହା, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିବ ପ୍ରସାଦ ବିଶ୍ୱାଳ, ପାଇକମାଳ ତହସିଲଦାର ସିନ୍ଧୁସୁତା ପାତ୍ର, ନୃସିଂହନାଥ ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ ସୁବିଧା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ସେବା, ଟ୍ରାଫିକ ବ୍ୟବସ୍ଥା, ପୋଲିସ ସହାୟତା ତଥା ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ହୃଦାନନ୍ଦ ବାରିକ, ରାହସ ବିହାରୀ ସାହୁ, ସଞ୍ଜୟ ବହିଦାର, ସରୋଜ ସାମଲ, ଅଜିତ ଶତପଥୀ, ବିଜୟ କୁମାର ସ୍ୱାଇଁ, ମନୋଜ ତ୍ରୀବେଦୀ, ଟାଇଲ ଚନ୍ଦ୍ର ଭୋଇ, କୁସମ ରାଓ, ବିନୋଦ କାଲିଆ, ରାଜ କିଶୋର ସାହୁ, ଗିରିଶ ଚନ୍ଦ୍ର ନାୟକ, ଭୁବନେଶ୍ୱର ସାହା, କୁନ୍ଦନ ପ୍ରଧାନ, ବଡ ଶତପଥୀ, ଧିରେନ ମହାନ୍ତି, ଗୌରାଙ୍ଗ ଦାସ, ସୁରଥ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ୨୫ ବର୍ଷ ହେଲା ନୃସିଂହନାଥ ମନ୍ଦିରର ଟ୍ରଷ୍ଟବୋଡ ନଥିବାରୁ ସ୍ଥାୟୀ ଟ୍ରଷ୍ଟ ବୋଡ ଗଠନ କରବା ପାଇଁ ଆଲୋଚନା ହୋଇଥିଲା । ଆଜିର ବୈଠକରେ ଜିଲ୍ଲାସ୍ତରୀୟ ସରକାରୀ ବିଭାଗୀୟ ଅଧିକାରୀ ଓ ମେଳା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ପୁରୋହିତ ମେଳାର ସୁପରିଚାଳନା ପାଇଁ ଆଗାମୀ ଦିନରେ ବରଗଡ ଜିଲ୍ଲାପାଳଙ୍କ କନ୍‌ଫରେନ୍ସ ହଲରେ ରାଜ୍ୟ ସରକାରଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମେଳା କମିଟିର ସଦସ୍ୟଙ୍କ ସହ ଆଉ ଏକ ଆଲୋଚନା କରାଯିବ ବୋଲି କହିଥିଲେ । ଶେଷରେ ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.