centurian jitm

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଅଭିଭାବକ ବୈଠକ ଅନୁଷ୍ଠିତ

nschool

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ୨୦୨୫-୨୬ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରି ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ମାଗଣା ପୁସ୍ତକ ଯୋଜନା, ମାଗଣା ସାଇକେଲ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମଞ୍ଚାସିନ ହୋଇ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ବାର୍ଷିକ ପରୀକ୍ଷା ଫଳାଫଳ ତର୍ଜମା କରିଥିଲେ । ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜ।ନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ, ଅନ୍ତରା ଜାଲ, ଝରଣା ସାହୁ, ଅନୁପମା, କରିଷ୍ମା, ଅନିମା, ପ୍ରଜ୍ଞା କୁଦେଇ ଏହି ଅବସରରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସଭାରେ ଦଶମ ଶ୍ରେଣୀ ପୂଜା ରାଣ ଦୀପ ବିଦ୍ୟାଳୟରେ ନିଜ ଉପଲବ୍ଧି ବିଷୟରେ ମତ ପ୍ରଦାନ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅଭିଭାବକ ଅଭିଭାବିକାମାନଙ୍କ ମଧ୍ୟରୁ ପିତାମ୍ବର ସାହୁ ଓ ତାଣ୍ଡିଆ ଗଠନମୂଳକ ସକାରାତ୍ମକ ମତ ପ୍ରକାଶ କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।

Leave A Reply

Your email address will not be published.