ବଲାଙ୍ଗିର ଜିଲ୍ଲାରେ ବ୍ରାହ୍ମଣ ମହାସଭା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ନିମ୍ନୋକ୍ତ ସିଦ୍ଧାନ୍ତ ଗ୍ରହଣ କରାଗଲା । ବର୍ତ୍ତମାନ ଜିଲ୍ଲା ବ୍ରାହ୍ମଣ ସଭା ବଲାଙ୍ଗିରର କାର୍ଯ୍ୟକାଳ ପୁରି ଯାଉଥିବାରୁ ଆସନ୍ତା ଅକ୍ଟୋବର ୨୫ ଶେଷ ସୁଦ୍ଧା ନୂତନ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏଥି ନିମନ୍ତେ ସଭାପତିଙ୍କୁ ଯଥାଶିଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବା ପାଇଁ କ୍ଷମତା ଅର୍ପଣ କରାଗଲା । ପୁନଶ୍ଚ ସଭାପତି ସଂପାଦକଙ୍କର ବିଭିନ୍ନ ଅନିୟମିତତା କାର୍ଯ୍ୟକଳାପ ଉପରେ କ୍ଷୁବ୍ଧ ହୋଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ ବୋଲି ଅନୁଭବ କରି ଆଜିକାର କାର୍ଯ୍ୟକାରି କମିଟି ଦ୍ୱାରା ଏହାକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରାଗଲା । ଏହି ସଭାରେ କାର୍ଯ୍ୟକାରୀ କମିଟିର ଅନେକ ସଦସ୍ୟ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.