oom

ବଲାଙ୍ଗିର ଜିଲ୍ଲା ଫ୍ଲାଇ ଆସ ବ୍ରିକ୍ସ ଇଣ୍ଡଷ୍ଟ୍ରିସ ଆସୋସିଏସନର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଂନ୍ଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ ସୁଦପଡା ଉମିଆ ଇଣ୍ଡଷ୍ଟ୍ରିସରେ ବଲାଙ୍ଗିର ଜିଲ୍ଲା ଫ୍ଲାଇ ଆସ ବ୍ରିକ୍ସ ଇଣ୍ଡଷ୍ଟ୍ରିସ ଆସୋସିଏସନର ବୈଠକ ଆସୋସିଏସନର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦିବ୍ୟଜ୍ୟୋତି ପୁରୋହିତ ସମସ୍ତ ସଭ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକ ଆୟୋଜନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ପ୍ରତି ଫ୍ଲାଇଆସ ଇଟା ପାଇଁ ଆବଶ୍ୟକ କଞ୍ଚା ମାଲର ଅହେତୁକ ଦାମ ବୃଦ୍ଧି, ବାଲିର ଅଭାବ, ଲାଲ ମାଟି ଇଟାର ବହୁଳ ଉତ୍ପାଦନ ଓ ବଜାରରେ କମ ମୂଲ୍ୟରେ ବିକ୍ରି ତଥା ସରକାରଙ୍କ ଉଦାସୀନତା ବିଷୟରେ ଆଲୋଚନା ହୋଇଥିଲା । ବାଲି ଯୋଗାଣରେ ଅନିମିୟତା ଓ କଟକଣା ତଥା ଲାଲ ଇଟା ଉତ୍ପାଦନରେ କୌଣସି ପ୍ରକାର କଟକଣା କରାନଯାଇ ମୃତ୍ତିକା କ୍ଷୟ, ଜଙ୍ଗଲ ଅବକ୍ଷୟ ଓ ପରିବେଶ ଦୂଷିତକୁ ପ୍ରୋତ୍ସାହନ ଦିଆଯାଉଥିବାର ପରିଲକ୍ଷିତ ହେଉଥିବାରୁ ସଭାପତି ପ୍ରକାଶ ନେପାକ ଉଦବେଗ ପ୍ରକାଶ କରିଥିଲେ । ପେଭର ବ୍ଲକ ଇଣ୍ଡଷ୍ଟ୍ରି କରି ବେରୋଜଗାର ଯୁବକ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ତଥା ମାଟି ତଳେ ଜଳ ସଂରକ୍ଷଣକୁ ବଜାୟ ରଖାଯିବା ପାଇଁ ପେଭାର ବ୍ଲକ ରାସ୍ତା ନିର୍ମାଣ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ସତ୍ତ୍ୱ ବର୍ତମାନ ପୁଣି କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । ସାମ୍ପ୍ରତିକ ପରିସ୍ଥିତିରେ କେତୋଟି ଇଣ୍ଡଷ୍ଟ୍ରି ବନ୍ଦ ହୋଇଯାଇଛି ଏବଂ ଭବିଷ୍ୟତରେ ଆହୁରି ଅସୁବିଧା ହେବାକୁ ଥିବାରୁ ସମସ୍ତ ସଭ୍ୟ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ, ବଲାଙ୍ଗିର ପୌର ପରିଷଦ, ପରିବେଶ ବିଭାଗକୁ ଅବଗତ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ଉପସଭାପତି ଅକ୍ଷୟ ତ୍ରିପାଠୀ ସମସ୍ତ ୨୮ ଟି ଫ୍ଲାଇ ଆସ ଇଣ୍ଡଷ୍ଟ୍ରି ଓ ପେବର ବ୍ଲକ ଇଣ୍ଡଷ୍ଟ୍ରି ମାନଙ୍କୁ ଆଜିର ବୈଠକରେ ଯୋଗଦାନ କରି ଆଗାମୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.