centurian jitm

ପୁରାତନ ମଟା ଡୁଙ୍ଗୁରି ତ୍ରିବେଣୀ ମଠର ଉନ୍ନତି ଓ ଶୂନ୍ୟ ମନ୍ଦିରରେ ଗୋ ଆଶ୍ରମ ଖୋଲିବା ପାଇଁ ବୈଠକ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜଗଳପାଟ ଗ୍ରାମର ବଡ଼ ସାହାଜ ବାହାଲ ମଟା ଡୁଙ୍ଗୁରିର ବାବା ପ୍ରେମାନନ୍ଦ ଦାଶଙ୍କ ନେତୃତ୍ୱରେ ମଟା ଡୁଙ୍ଗୁରିର ମଠ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଐତିହ୍ୟ ସମ୍ପନ୍ନ ମଟା ଡୁଙ୍ଗୁରି ତ୍ରିବେଣୀ ମଠ ଠାରେ ଇତିହାସ ରହିଛି ପୂର୍ବ କାଳରୁ ଆଜିଯାଏ ଅନେକ ବାବା ମାନେ ଆସି ମଠ ରହିଥାନ୍ତି ଓ ଆଧ୍ୟାତ୍ମିକ ପୂଜାପାଠ କରିଆସୁଛନ୍ତି । ଗତ ବର୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜେ ଯାଇ ଏକ ନଳକୂପ ଖନନ କରି ସୋଲାର ଲାଇଟ ପ୍ରଦାନ କରିଥିଲେ । ପରେ ପୂର୍ବତନ ମନ୍ତ୍ରୀ ରିତା ସାହୁ ମଧ୍ୟ ନିଜେ ମଟା ଡୁଙ୍ଗୁରିର ଉନ୍ନତି ପାଇଁ ୨୫ ଲକ୍ଷ୍ୟ ଟଙ୍କା ଘୋଷଣା କରିଥିଲେ ହେଲେ ସେ ଘୋଷଣା ହୋଇଥିବା ଟଙ୍କା ଆଜି ଯାଏ ଆସିପାରିଲା ନାହିଁ କି କୌଣସି ନେତା ମନ୍ତ୍ରୀ ଅଫିସର ଆଜି ଯାଏଁ ମଟା ଡୁଙ୍ଗୁରିକୁ ନଜର ପକାଉ ନାହାନ୍ତି । ତେଣୁ ଆଜି ବାବା ଶ୍ରୀ ଦାସଙ୍କ ନେତୃତ୍ୱ ଓ ସାମାଜିକ କର୍ମୀ ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ମଠର ଉନ୍ନତି ସାଙ୍ଗକୁ ମଠରେ ଏକ ଶୂନ୍ୟ ମନ୍ଦିର ନିର୍ମାଣ କରିବା ସହିତ ଗାଈ ଗୋରୁ ମାନଙ୍କ ରକ୍ଷଣା ଓ ସୁରକ୍ଷା ନିମନ୍ତେ ଏକ ମାତା କୌଶଲ୍ୟା ଗୋ ଆଶ୍ରମ ଖୋଲିବା ପାଇଁ ପ୍ରସ୍ତାବ କରାଯକ୍ଷଇଥିଲା । ଏବଂ ଏକ କମିଟି ଗଠନ କରାଯାଇଥିଲା । ଆଗାମୀ ଦିନରେ ପ୍ରଶାସନ ପାଖରେ ଦାବି ଜଣେଇ ଏ ଡୁଙ୍ଗୁରିର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପ କରାଗଲା ଓ ଆସନ୍ତା ୨୦ ତାରିଖରେ ଏକ ପ୍ରସ୍ତୁତି ବୈଠକ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଆଜିର ଏହି ବୈଠକରେ ବାବା ପ୍ରେମାନନ୍ଦ ଦାଶ, ସାମାଜିକ କର୍ମୀ ଅରବିନ୍ଦ ପଣ୍ଡା, ବରୁଣ ସାହୁ, ପ୍ରହଲ୍ଲାଦ ସାହୁ, ମହରଗୁ ସାହୁ, ଉଜଲ ସାହୁ, ଲକ୍ଷ୍ମଣ ସାହୁ, ସୁରେନ୍ଦ୍ର ଦଣ୍ଡସନା, ଗଜପତି ସାହୁ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.