ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଖରିଆରର ଅନୁଭବ ଏବଂ ଉଦ୍ୟାନବନ୍ଦ୍‌ର ପିଙ୍କୁ ଓ ତାଙ୍କ ସହଯୋଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ଖେଳରେ ଖରିଆରର ଅନୁଭବ ଓ ତାଙ୍କ ସହଯୋଗୀ ବିଜୟ ହୋଇ ଚମ୍ପିୟାନ ହୋଇଥିଲେ । ଏହି ଅବସରରେ କୋମନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ, ଖରୀଆର ଅଟୋ ନମୋସ୍ କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର, ଚେତନା ମହିଳା ସଂଗଠନ ଅଧ୍ୟକ୍ଷା ସୋନାଲି ପାଣିଗ୍ରାହୀ, ସମାଜ ସେବୀ ବୁଲୁ ପାଣିଗ୍ରାହୀ, ଶଙ୍କର ଲାଲ୍ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ବିଜେତା ଦଳକୁ ଟ୍ରଫି ସହିତ ନଗଦ ୯୦୦୦ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ୬୦୦୦ ଟଙ୍କା ପୁରସ୍କୃତ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଜିଲ୍ଲାର ମୋଟ୍ ୩୪ଟି ଦଳ ଭାଗ ନେଇଥିଲେ । ଏହି ଟୁର୍ଣାମେଣ୍ଟରେ କୋମନା ପୋଲିସ ଷ୍ଟେସନରର ସମସ୍ତ ପୋଲିସ୍ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.