jayashree

ଦ୍ୱିତୀୟ ଦିନରେ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

  • ମୟଙ୍କ, ବାପୁନ, ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ
  • ରବିବାର ହେବ ରୋମାଞ୍ଚକର ଫାଇନାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ରାଜ୍ୟ ସବ ଜୁନିଅର ବ୍ୟଡମିଣ୍ଟନ ପ୍ରତିଯୋଗିତା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଦ୍ୱିତୀୟ ଦିନ ୧୫ବର୍ଷ ବୟସ ବର୍ଗ ବାଳକ ବିଭାଗରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ମୟଙ୍କ ଓ ବାପୁନ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେହିପରି ୧୭ବର୍ଷ ବୟସ ବର୍ଗରେ ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ତେବେ ରବିବାର ସକାଳୁ ଫାଇନାଲ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ପୂର୍ବ ନିର୍ଧାରିତ ସାରଣୀ ଅନୁସାରେ ପ୍ରଥମ ଦିନ ସମୁଦାୟ ୯୮ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଦିନ ସକାଳୁ ସାଢେ ନଅରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରଥମ ଦିନ ପ୍ରତିଯୋଗିତାରୁ ଉନ୍ନୀତ ହୋଇଥିବା ଖେଳାଳୀମାନେ ପ୍ରତିଦ୍ୱନ୍ଦୀମାନଙ୍କୁ କଡା ଟକ୍କର ଦେଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ୧୫ ବର୍ଷ ବୟସ ବାଳକ ଏକକ ବିଭାଗରେ ବାପୁନ, ଶୁଭକେତନ, ଦିଭ୍ୟମ, ମୟଙ୍କ, ଶ୍ରୀଜିତ, ପ୍ରିୟାଂଶୁ, ଅଗସ୍ତ୍ୟ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିବା ବେଳେ କ୍ୱାଟର ଫାଇନାଲ ଲଢେଇରେ ଶୁଭକେତନ ଦିଭ୍ୟମଙ୍କୁ ମାତ ଦେଇଥିଲେ । ବାଳିକା ଏକକ ବର୍ଗରେ ବୈଷ୍ଣବୀ, ଗୀତାଶ୍ରୀ, ଅନୁଷ୍କା ଓ ଅଂଶିକା ଉନ୍ନୀତ ହୋଇଥିବା ବେଳେ କ୍ୱାଟର ଫାଇନାଲରେ ତନଭି ଅନୁଷ୍କାଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଥିଲେ । ବାଳକ ଯୁଗଳ ବର୍ଗରେ ମୟସ କୁମାର ଓ ସ୍ୱୟମ ତ୍ରିପାଠୀ, ଡି. ଜୀବଦୀଶ ଓ ୟେଙ୍ଗିଲା ଧରନ, ପ୍ରିଥ୍ୱିଶ ସିଂ ଓ ଉଦୟ ଭାଷ୍କର ଉଚ୍ଚମାନର ଖେଳ ପ୍ରଦର୍ଶନ କରିବା ସହିତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପରବର୍ତ୍ତୀ ସ୍ତରକୁ ଉନ୍ନୀତ ହୋଇଛନ୍ତି । ସେହିପରି ୧୭ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ, ଶୁଭମ ଦାଶ ଓ ସ୍ୱରାଜ ଓରାମ ନିଜର ବିଜୟ ଧାରା ଜାରି ରଖିଛନ୍ତି । ଯୁଗଳ ବିଭାଗରେ ଜୟେଶ ଓ ସ୍ୱସ୍ତିକ, ଆଦିତ୍ୟ ଓ ଦେବ କୁମାର, ଅନିର୍ବାନ ଓ ଆୟୁଷ୍ମାନ, ଅବିନାଶ ଓ କେ. ବୈଷ୍ଣବ, ଇରଫାନ ଓ ସୋମ୍ୟଜିତ, ଆଶୁତୋଷ ଓ ଜୟ, ଅଭୟ ପ୍ରତାପ ଓ ମାହାରିଶୀ ଯୋଡି ନିଜ ନିଜ ଯୋଡିଦାର ସହ ଉନ୍ନୀତ ହୋଇଛନ୍ତି । ବାଳିକା ଏକକ ବିଭାଗରେ ଅଶ୍ୱୀକା, ଗୀତାଶ୍ରୀ, ପ୍ରଗତି, ଲିଜୁନ, ଇଶାନୀ, ଅଂଶିକା, ତନଭି ଓ ବିଶାଖା ନିଜ ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ ଆଗକୁ ବଢିବା ଜାରି ରଖିଛନ୍ତି । ଆଜିର ଏହି ପ୍ରତିଯୋଗିତାକୁ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ର‍୍ୟାଫରି ଗୀତା ଦାଶ, ମ୍ୟାଚ କଣ୍ଟ୍ରୋଲର ବିଜୟ ବାଗ ଓ ସଟଲ କଣ୍ଟ୍ରୋଲର ଲକ୍ଷପତି ନନ୍ଦ ତାଙ୍କ ବୈଷୟିକ ଦଳ ସହିତ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.