୧୪ରୁ ବଲାଙ୍ଗିରରେ ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା

  • ସାରା ରଜ୍ୟରୁ ଭାଗନେବେ ୧୩୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳି
  • ୧୪ରେ ଉଦ୍‌ଘାଟନ, ୧୬ରେ ଉଦ୍‌ଯାପନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜୁଲାଇ ୧୪ ତାରିଖରୁ ବଲାଙ୍ଗିର ସ୍ଥିତ ପିଆର୍‌ ହାଇସ୍କୁଲ ଇନ୍‌ଡୋର୍‌ ବ୍ୟାଡମିଣ୍ଟନ ଷ୍ଟାଡିଅମ୍‌ରେ ଓଡିଶା ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଅନୁମୋଦିତ ଏହି ପ୍ରତିଯୋଗିତାକୁ ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆୟୋଜିତ କରୁଛି । ଆଜି ଇନ୍‌ଡୋର ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତଥା ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ଏହାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏହି ପ୍ରତିଯୋଗିତା ଏହି କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ଦ୍ୱିତୀୟ ସିନିଅର ର‍୍ୟାଙ୍କିଂ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପୁରୁଷ ଓ ମହିଳା ବର୍ଗରେ ୧୩୦ରୁ ଉର୍ଦ୍ଧ୍ୱ ଖେଳାଳି ନାମ ପଞ୍ଜିକୃତ କରିଥିବା ବେଳେ ପୁରୁଷ ଏକକ, ଯୁଗଳ, ମହିଳା ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ବିଭାଗରେ ପ୍ରାୟ ଶତାଧିକ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବଛା ବଛା ତଥା ସମସ୍ତ ଉଚ୍ଚ ର‍୍ୟାଙ୍କ ଥିବା ଖେଳାଳିମାନେ ଭାଗ ନେବେ । ୧୯ ଜଣ ଅମ୍ପାୟାର ସମସ୍ତ ମ୍ୟାଚ ପରିଚାଳନା ଦାୟିତ୍ୱରେ ଥିବା ବେଳେ ଜାତୀୟ ଅଭିଜ୍ଞତା ସମ୍ପର୍ଣ୍ଣ ପ୍ରାପ୍ତ ଅମ୍ପାଆର ବିଜୟ ବାଗ ମ୍ୟାଚ ରେଫରି ଓ ମନୋରଞ୍ଜନ ଦାଶ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଳାଇବା ନେଇ ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଘନଶ୍ୟାମ ମିଶ୍ର, ଜିଲ୍ଲା ଡେଭଲଡମେଣ୍ଟ କମିଟି ମୁଖ୍ୟ ଦେବାଶିଷ ମିଶ୍ର, ଉପଦେଷ୍ଟା ବିରେନ ମିଶ୍ର, ବରିଷ୍ଠ ସଭ୍ୟ ସୁଶାନ୍ତ ଚୋପଦାର, ମ୍ୟାଚ କୋଡିନେଟର ଅନନ୍ତ ବେହେରା, ମାନସ ମହାନ୍ତି ଓ ସୁରେନ୍ଦ୍ର ନେପାଲ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.