ls

ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢୁଛି

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବ୍ଲକରେ ପ୍ରବାହିତ ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢ଼ୁଛି । ସୂଚନା ଅନୁସାରେ ନଦୀ ପାଖ କଢିଆ ଜମିରେ ପନିପରିବା ଫସଲ ବୁଡ଼ିଯାଇ ନଷ୍ଟ ହୋଇଯାଇଛି । ତେବେ ନଦୀ ପାଖ ଗ୍ରାମବାସୀ ଭୟ କରିବାର କୌଣସି କାରଣ ନାଁହି । ଲଗାଣ ବର୍ଷା ହେତୁ ଡେଲାଙ୍ଗ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ଜଳାର୍ଣ୍ଣବ ହେତୁ ଧାନ ଫସଲ ନଷ୍ଟ ହେବା ସମ୍ଭାବନା ସହ ପନିପରିବା ଫସଲ ଉଜୁଡି ଯାଉଛି । ମାଛ ଚାଷ ପୋଖରୀଗୁଡ଼ିକ ବୁଡ଼ିଯିବା ହେତୁ ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇଛି । ତୁହାକୁ ତୁହା ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

pc pk
Leave A Reply

Your email address will not be published.