om academy

ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମେ’୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଲକଡାଉନ୍‌ ସହ ରାଜ୍ୟରେ ପୂର୍ବ ଭଳି ସଟଡାଉନ୍‌ ମଧ୍ୟ ଜାରି ରହିବ । ୨ଟି ବଡ ଜିନିଷର ପରିବର୍ତ୍ତନ କରାଯାଇଛି ଏହି ଲକଡାଉନ ଅବଧି ସମୟରେ । ଏଣିକି ବାହାଘରରେ ଆଉ ୫୦ ନୁହେଁ ୨୫ ଜଣଙ୍କୁ ମିଳିବ ଅନୁମତି । ଏହାସହ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ଘରକୁ ଡାକି କୌଣସି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ । ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ । ସୋମବାରରୁ ଶୁକ୍ରବାର ଦୈନନ୍ଦିନ ସାମଗ୍ରୀ କଣିବା ପାଇଁ ଦିଆଯାଇଥିବା ମହଲତକୁ କମାଇ ଦିଆଯାଇଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟା ମଧ୍ୟରେ ଦୈନନ୍ଦିନ ସାମଗ୍ରୀ କିଣିପାରିବେ ଲୋକେ । ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କିଣିବାକୁ ଅନୁମତି ଦିଆଯାଇଛି । ଆବଶ୍ୟକ ଅନୁସାରେ, ଲୋକମାନେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Leave A Reply

Your email address will not be published.