ବେଜିଂ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ପୁଣି ଫେରିଛି । ଏଠାରେ କୋଭିଡ -୧୯ର ଡେଲଟା ଭାରିଆଣ୍ଟର ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଚାଇନାର ରାଜଧାନୀ ବେଜିଂ ସମେତ ୧୫ଟି ସହର ବଢ଼ୁଥିବା ସଂକ୍ରମଣ ମାମଲା ସହ ଲଢେ଼ଇ କରୁଛନ୍ତି । ଡିସେମ୍ବର ୨୦୧୯ରେ ଉହାନରେ ଭାତାଣୁ ବିସ୍ତାର ହେବା ପରଠାରୁ ରାଜ୍ୟ ଗଣମାଧ୍ୟମ ଏହାକୁ ବ୍ୟାପକ ଘରୋଇ ରୋଗ ସଂକ୍ରମଣ ବୋଲି ବର୍ଣ୍ଣନା କରିଛି । ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ, ପୂର୍ବ ଚୀନ୍ର ଜିଆଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗର ଏକ ବିମାନବନ୍ଦରରେ କୋଭିଡ -୧୯ର ନୂଆ ସଂକ୍ରମଣ ଅନ୍ୟ ପାଞ୍ଚଟି ପ୍ରଦେଶ ଏବଂ ବେଜିଂ ପୌରାଂଚଳକୁ ବ୍ୟାପିଛି । ଏଥିରେ କୁହାଯାଇଛି ଯେ ବିମାନ ବନ୍ଦରର ଅନେକ କର୍ମଚାରୀ ପଜିଟିଭ୍ ବାହାରିବା ପରେ ନାନଜିଙ୍ଗ ସହର ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି ।
ଚାଇନାର ୧୫ଟି ସହରରେ ଦ୍ରୁତଗତିରେ ସଂକ୍ରମିତ ଡେଲ୍ଟା ଭାରିଆଣ୍ଟର ମାମଲା ରିପୋର୍ଟ କରାଯାଇଛି । ବେଜିଂରେ ଶେଷ ମାମଲା ରିପୋର୍ଟ ହେବାର ୧୭୫ ଦିନରୁ ଅଧିକ ସମୟ ପରେ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ହେଉଛି ।
ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଚୀନ୍ ମୁଖ୍ୟ ଭୂଭାଗରେ କୋଭିଡ -୧୯ର ମୋଟ ନିଶ୍ଚିତ ମାମଲା ଗୁରୁବାର ସୁଦ୍ଧା ୯୨,୮୭୫ ଥିଲା । ଏଥିରେ ୯୩୨ ଅଣ୍ଡର-ଟ୍ରିଟମେଣ୍ଟ ରୋଗୀ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଭାଇରସ ଗତ ବର୍ଷ ଠାରୁ ଦେଶରେ ୪,୬୩୬ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଗଣମାଧ୍ୟମ ଅନୁଯାୟୀ, ଚୀନ୍ ଏପର୍ଯ୍ୟନ୍ତ ଏହାର ଜନସଂଖ୍ୟାର ୪୦% ଟୀକାକରଣ କରିଛି । ୨୦୧୯ର ଶେଷ ଭାଗରେ ଚାଇନାର କେନ୍ଦ୍ରୀୟ ସହର ଉହାନରେ କରୋନା ଭାଇରସ୍ ପ୍ରଥମେ ଚିହ୍ନଟ ହୋଇଥିଲା ।