jayashree

ତଦନ୍ତକୁ ଆସି କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ : ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଲା

ବାଲିଗୁଡା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଫଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ରେ ଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ଥିବା ୫୦ ଅନ୍ତେବାସୀଙ୍କ ଚିନ୍ତା ବଢ଼ିଛି । ଗତ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷୟତ୍ରୀ ଓ ମେଟ୍ରନଙ୍କ ନିର୍ୟ୍ୟାତନା ସହି ନପାରି ୨୬ ଜଣ ଛାତ୍ରୀ ହଷ୍ଟେଲ୍ ଛାଡ଼ି ଚାଲି ଯାଇଥିବା ଘଟଣାର ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ବ୍ଲକ୍ ମଙ୍ଗଳ ଅଧିକାରୀ ଉକ୍ତ ସ୍କୁଲକୁ ତଦନ୍ତ ପାଇଁ ଯାଇଥିଲେ। କିନ୍ତୁ କେହି ମଧ୍ୟ ମାସ୍କ୍ ପିନ୍ଧି ନଥିଲେ । ପ୍ରାୟ ୬ରୁ ୭ଘଣ୍ଟା ସ୍କୁଲରେ ରହିବା ସହ ଅନ୍ତେବାସୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ, ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କେବଳ ମା’ ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ୍ ଅନ୍ତେବାସୀ ନୁହଁନ୍ତି, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ବି ଏବେ ଚିନ୍ତାରେ । ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟା ଆଶ୍ରମରେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ଯାଇଥିବାରୁ ଶିକ୍ଷକ-ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଆଜି କୋଭିଡ୍ ଟେଷ୍ଟ କରିଛନ୍ତି । ତେବେ ସମସ୍ତଙ୍କ ନେଗେଟିଭ୍ ଆସିଥିବା ଜଣାପଡ଼ିଛି । ଦୀର୍ଘ ଘଣ୍ଟା ରହିଥିବା ମା’ ଭୈରବୀ ଉଚ୍ଚ ବିଦ୍ୟାଳୟ ଅନ୍ତେବାସୀ ଏବେ କରିବେ କ’ଣ ଓ ସେମାନଙ୍କ ଅଭିଭାବକ ନିଜ ନିଜ ଗାଁକୁ ଯାଇଛନ୍ତି । ଏଣୁ ତୁରନ୍ତ ସମସ୍ତଙ୍କୁ ଚିହ୍ନଟ କରି ସ୍ଵତନ୍ତ୍ର ଭାବରେ ଟେଷ୍ଟ୍ କରିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି ।

Leave A Reply

Your email address will not be published.