
ବଣାଇ : ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନ୍ଚ୍ୟୁତ । ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ । ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନାଥିବା ବେଳେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ରେଲୱେ କର୍ମଚାରୀ ପହଁଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିବା ଜଣାପଡ଼ିଛି । କେଉଁ କାରଣରୁ ଚାରୋଟି ବଗି ଲାଇନ୍ ଚ୍ୟୁତ୍ ହେଲା ରେଲୱେ ବିଭାଗ ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘଟଣାସ୍ଥଳରେ ଚକ୍ରଧରପୁର ରେଳ ମଣ୍ଡଳ ଡିଆରଏମ୍ ପହଞ୍ଚିଛନ୍ତି ।