ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୌରନମୁଣ୍ଡା ଗ୍ରାମର ଭଗବାନ ସାହୁ ଦୀର୍ଘ ଚାରିବର୍ଷ ହେଲା ମନରେଗା କାମ କରୁଥିବା ବେଳେ ମେରୁଦଣ୍ଡ ହାଡ ସମସ୍ୟା ହୋଇପଡ଼ିଥିଲା । ମେରୁଦଣ୍ଡ ସମସ୍ୟା ଯୋଗୁ ହାତ ଗୋଡ ଚଲୁନାହିଁ । ଖଟିଆରେ ବିତୁଛୁ ଘରର ମୁରବିଙ୍କ ଜୀବନ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡି ରହିଛନ୍ତି । ବର୍ତ୍ତମାନ କହିବାକୁ ଗଲେ ଭଗବାନ ସାହୁ ଜଣେ ଦିନ ମଜୁରିଆ ମଜୁରୀକରି ଦୁଇ ପଇସା ରୋଜଗାର କରି ଘର ଚଳାଉଥିଲା । ଏପଟେ କିଛି ଦିନ ପରେ ଭଗବାନଙ୍କ ସ୍ତ୍ରୀ କୀଟନି ରୋଗରେ ଆକ୍ରାନ୍ତ ଅଛନ୍ତି । ଏମାଙ୍କ ପରିବାର କହିଲେ ୧୪ ବର୍ଷର ଗୋଟିଏ ପୁଅ । ଯେଉଁ ସମାଜରେ ସେ ପାଠ ପଢିବା କଥା ମଜୁରୀ କରି ଖାଇବାକୁ ଦଉଛି ତା ମା’ ବାବାଙ୍କୁ । ସରକାରଙ୍କ ସହାୟତା ପ୍ରଦାନ କରାଗଲେ ଦୁହିଜଣଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିଲେ ନୂତନ ଜୀବିକା ପାଇପାରନ୍ତି ବୋଲି ଆଶା ରଖିଛନ୍ତି ଏହି ପରିବାର ।

Leave A Reply

Your email address will not be published.