oom

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ସଚେତନ ନାଗରିକ ସମ୍ମାନ ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟ ହାତକୁ ନେଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ନିଃସ୍ଵାର୍ଥପର ଲୋକଙ୍କୁ ବଦାନ୍ୟ ବନ୍ଧୁ ତରଫରୁ ସମ୍ମାନିତ କରାଯାଉଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଯୋଖିପାଲି ଗ୍ରାମର ଦିବସ କୁମାର ସାହୁଙ୍କୁ ସଚେତନ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଦିବସଙ୍କ ସାମାଜିକ ଗଣମାଧ୍ୟମର ସଦୁପଯୋଗ କରି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ ସେ । ଜଣେ ସଚେତନ ନାଗରିକର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିବା ଯୋଗୁଁ ଦିବସ କୁମାର ସାହୁଙ୍କୁ ସ୍ୱେ‌ଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଏବଂ ବିଶ୍ୱଖବର ପୋର୍ଟାଲ ନିଉଜ ପକ୍ଷରୁ ଯୋଖିପାଲି ଗ୍ରାମରେ ସ୍ମାରକୀ ଏବଂ ଉତ୍ତରୀଅ ଦେଇ ସଚେତନ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ବଦ୍ରି ପ୍ରସାଦ ସାହୁ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.