om academy

ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ସୂଚନା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନର ତାରିଖ ପରିବର୍ତ୍ତନ ହୋଇଥିଲା । ଘୋଷଣା ହୋଇଥିବା ନୂଆ ତାରିଖ ଅନୁସାରେ ଆସନ୍ତା ୧୩ ତାରିଖ ଦିନ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହା ପୁଣି ପରିବର୍ତ୍ତନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଏବେ ୧୬ ମେ’ରେ ନିର୍ବାଚନ ହେବ ଏବଂ ୧୯ ମେ’ରେ ଭୋଟ ଗଣତି ହେବା ସହ ୨୧ ମେ’ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ସମା୍‌ପ୍ତ ହେବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ୧୩ ତାରିଖ ଦିନ ପଡ଼ିବାକୁ ଥିବା ଇଦ୍‌-ଉଲ୍‌-ଫିଦର ପର୍ବକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.