
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କର ଏକ ପ୍ରତିଷ୍ଠାନ ଯାହା ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟ୍ ହଲ୍ ନିକଟସ୍ଥ ଖେଳ ପଡ଼ିଆରେ ପବିତ୍ର ବଡ଼ଦିନ ପର୍ବ ପାଳନ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ମ୍ୟାଚ୍ରେ ବରିଷ୍ଠ ଅବସରପ୍ରାପ୍ତ ଆଇ.ଆର୍.ଇ.ଏଲ୍.କର୍ମଚାରୀ ଦୈତାରୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ଆସରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସୋନୁ ଟିମ୍ ଓ ଶିବ ଗୌଡ଼ ଟିମ୍ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ସଂଗଠିତ ହୋଇ ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ପ୍ରେମ, ଆନନ୍ଦ ସଞ୍ଚାର କରିଥିଲା । ପ୍ରବୀର ସାହୁ (ସୋନୁ), ଶିବ ଗୌଡ଼, ପିଣ୍ଟୁ (ଧୋନୀ), ବବି ମହାପାତ୍ର, ଚିଣ୍ଟୁ, କୁନା, ମଣ୍ଟୁ, ପ୍ରମୁଖ ସକ୍ରୀୟ ସହଯୋଗର ସହ ଅଂଶଗ୍ରହଣ କରିଥିଲେ । ପରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭୋଜିଭାତ ଆସରରେ ଖୁସି ମନାଇ ଥିଲେ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରେ ବସବାସ କରି ରହୁଥିବା ଆଇ.ଆର୍.ଇ.କମ୍ପାନୀର ପୂର୍ବତନ ଷ୍ଟାଫ୍ ତଥା ଅବସର ଗ୍ରହଣ କରିଥିବା କର୍ମଚାରୀ ଓ ତାଙ୍କ ପରିବାରର ଯୁବଗୋଷ୍ଠୀ ମାନଙ୍କୁ ନେଇ ଏକ ଭାଇଚାରା ସୃଷ୍ଟି କରିବା ନିମିତ୍ତ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାସହ ଏକ ଖୁସି ମନୋରଞ୍ଜନ ଉଦ୍ଦେଶ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ସାଂଗକୁ ଭୋଜିଭାତ ଖାଇ ଆନନ୍ଦ ଉଲ୍ଲାସରେ ସମୟ ବିତାଇଛନ୍ତି ।