jayashree

ବଡ଼ ଦେଉଳକୁ ଆଜି ବାହୁଡ଼ିବେ ମହାବାହୁ

ପୁରୀ : ଆଜି ମହାବାହୁଙ୍କ ବାହୁଡ଼ା ଯାତ୍ରା । ପୁରୀ ବଡ଼ଦାଣ୍ଡରେ ଭକ୍ତ ପ୍ରସ୍ତୁତ, ରଥ ବି । ଅପେକ୍ଷାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ରଥାରୂଢ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତିର ଆୟୋଜନ ଚାଲିଛି ।

ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରାକୁ ସମାପନ କରାଯିବାକୁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ତିନି ରଥରେ ସେବାୟତଙ୍କୁ ମିଶାଇ ମୋଟ୍‌ ୧୮୦ ଜଣରୁ ଅଧିକ ରହିବେନି । ରଥ ଉପରେ ରହୁଥିବା ପ୍ରାଧିକୃତ ବ୍ୟକ୍ତି ଶ୍ରୀଜିଉଙ୍କ ସମ୍ମୁଖରେ କିମ୍ବା ରଥ ବାଡ଼ ନିକଟରେ ରହି ଠାକୁରଙ୍କୁ ଆଢୁଆଳ କରିବେ ନାହିଁ । ରଥ ଉପରେ କେହି ମୋବାଇଲ୍‌ ଫୋନ ବ୍ୟବହାର କରିବେ ନାହିଁ । କୌଣସି ଅଣ ସେବକ ରଥ ଉପରେ ବସିବେ ନାହିଁ । ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଛି ସେମାନଙ୍କ ସଦସ୍ୟଙ୍କୁ ନିୟମ ପାଳନ କରିବାକୁ ପ୍ରବର୍ତ୍ତାଇବେ । ଏଥିରେ ଖିଲାପ ହେଲେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ।

Leave A Reply

Your email address will not be published.