ls

ଟାଟା ଏସି ଗାଡିରୁ ୯ ଅଣ୍ଡିରା ବାଛୁରୀ ଉଦ୍ଧାର କଲା ଡେଲାଙ୍ଗ ପୋଲିସ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଟିଏ ଟାଟା ଏସି ଗାଡିରେ ୯ଟି ଅଣ୍ଡିରା ବାଛୁରୀ ପରିବହନ କରୁଥିବା ଅଭିଯୋଗରେ ଡେଲାଙ୍ଗ ଥାନା ପୋଲିସ ବାଛୁରୀଙ୍କୁ ଉଦ୍ଧାର କରିବା ସହ ଘୋରଡିଆ ଗୋପ ପାଟଣା ଗ୍ରାମର ଅଭିଯୁକ୍ତଙ୍କୁ ଗିରଫ କରି ପିପିଲି ଅଦାଲତରେ ହାଜର କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗାଡିଟି ଡେଲାଙ୍ଗ ହାଟ ବଜାରଠାରୁ ବେଣାପଞୁରୀ ଯାଉଥିଲା । ଗଡବେଗୁନିଆପଡା ଖୁଂଟିଆ ସାହି ଛକ ଠାରେ ଭ୍ରାମ୍ୟମାଣ ପୋଲିସ ଗାଡି ଅଟକାଇ ତନଖି କରିଥିଲେ । ବାଛୁରୀଙ୍କୁ ଉଦ୍ଧାର କରାଯାଇ ବେନୁପଡା ମଠ ପରିଚାଳିତ ଗୋଶାଳାରେ ଜିମା ଦିଆଯାଇଛି । ସହକାରୀ ଉପନୀରିକ୍ଷକ ଯୁଗଳ ଜେନା ଗାଡି ଜବତ କରିଥିଲା ବେଳେ ଉପନୀରିକ୍ଷକ ଲାଇକା ମହାରଣା ମାମଲା ତଦନ୍ତ କରୁଛନ୍ତି ।

pc pk
Leave A Reply

Your email address will not be published.