ଭୁବନେଶ୍ୱର : ତାରାଙ୍କ ସମର୍ଥନରେ ବାହାରିଲା ବିଜୁ ଜନତା ଦଳ । ମଙ୍ଗଳବାରର ଘଟଣାକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲେ ବିଜେଡି ନେତା । ବାଚସ୍ପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ମଙ୍ଗଳବାର ଘଟିଥିବା ଘଟଣାର ତର୍ଜମା କରିବାର ଆବଶ୍ୟକତା ଥିଲା । କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ନିଷ୍ପତ୍ତି ପୁର୍ନବିଚାର କରନ୍ତୁ ବାଚସ୍ପତି । ବିଜେଡି ଶୃଙ୍ଖଳାରେ ବିଶ୍ୱାସ କରେ । ସରକାର ଗୃହ ଚଲାଇବାକୁ ଚାହିଁଲେ ବିଜେଡି ସହଯୋଗ କରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
Next Post