lika

ଆଦର୍ଶ ଶିକ୍ଷକ ବାବାଜୀ ପ୍ରସାଦ ମିଶ୍ରଙ୍କ ପରଲୋକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌ : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ନିବାସୀ ଆଦର୍ଶ ଶିକ୍ଷକ ବାବାଜୀ ପ୍ରସାଦ ମିଶ୍ରଙ୍କ ୭୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଅମୂଲ୍ୟମଣି ମିଶ୍ର, ଏକମାତ୍ର ପୁତ୍ର ସହକାରୀ ପ୍ରଫେସର ଡ. ଜୟ ପ୍ରକାଶ ମିଶ୍ର, ଚାରିି ଝିଅ ସୁସ୍ମିତା, ନମିତା, ପ୍ରତିମା, ନିଲିମା, ଜ୍ୱାଇଁ ରାମକୃଷ୍ଣ ପୁରୋହିତ, ପ୍ରଭଞ୍ଜନ ହୋତା, ସୈଲେଶ ମିଶ୍ର, ଲକ୍ଷିନ୍ଦ୍ର ବେଜ, ନାତି ଅମନ, ସାକେତ, ଅନୁଜ, ନାତୁଣୀ ଅନ୍ୱେଷା, ଅପୂର୍ବାଙ୍କ ସମେତ ପରିବାର ବର୍ଗ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ର ଛାତ୍ରୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ପୁଇଁତଳା ବ୍ଲକ ଅର୍ନ୍ତଗତ ଛତାମଖନା, ଜାମସର, ଚାରବାହାଲି, ବାଗଡୋଲ, ବେଲବାହାଲି, ଲୋଇସିଂହା ବ୍ଲକ ଟେଭାଡୁଙ୍ଗୁରି, ସଇଁନ୍ତଲା ବ୍ଲକର ଗମ୍ଭାରି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଗତ ମିଶ୍ରୁ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ବର୍ଷ ଶିକ୍ଷାଦାନ କରିଥିଲେ । ଶ୍ରୀ ମିଶ୍ରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନର ବୃଦ୍ଧି ପାଇଁ ‘ଆସ ପାଠ ପଢିବା’ ପୁସ୍ତକ ରଚିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ର ତରଫରୁ ସ୍ୱର୍ଗତ ମିଶ୍ରଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପୁତ୍ର ଜୟପ୍ରକାଶ ମୁଖାଗ୍ନୀ ଦେଇଥିଲେ ।

sandip
Leave A Reply

Your email address will not be published.