centurian jitm

ଅଷ୍ଟ ପ୍ରହର ନାମଯଜ୍ଞ ସହ ଉଦ୍‌ଯାପିତ ହେଲା ବାବନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁହୁରିଗୁମାଠାରେ ବାବନ ମେଳା ଉଦ୍‌ଯାପନ ଅବସରରେ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ବାବନ ମେଳା ଓ ଅଷ୍ଟ ପ୍ରହର ନାମଯଜ୍ଞ ତିନିବର୍ଷ ପାଇଁ ସଂକଳ୍ପ ନିଆଯାଇଥିବା ବେଳେ ଚଳିତ ଦ୍ଵିତୀୟ ବର୍ଷ ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରଦ୍ଧାର ସହ ପୂଜା ଅର୍ଚ୍ଚନାରେ ଭାଗ ନେଇଥିଲେ । ୭ଟି ସଙ୍କୀର୍ତ୍ତନ ଦଳ ସାମିଲ ହୋଇଥିବା ବେଳେ ଚନ୍ଦ୍ରମଣି ଭତ୍ରା ଓ ସହଧର୍ମିଣୀ ବବିତା ଭତ୍ରା ଯଜମାନ ଭାବରେ ସଂକଳ୍ପ ନେଇଥିଲେ । ସୁଧୀର ମୁଣ୍ଡ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଗାଁର ସର୍ବସାଧାରଣ ପବିତ୍ର କର୍ମରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗୋରିଆ ମଣି ଭତ୍ରା, ଉମା ବାଗ, ଚୈତୁ ଦୁର୍ଗା, ବନ ଛତ୍ରିଆ, ରେଲି ମାଝୀ, ପୁରନ୍ଦର ହରିଜନ, ଉପେନ୍ଦ୍ର ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ଗୁରୁ ଦାୟିତ୍ଵ ନେଇଥିଲେ । ବ୍ଲକ ଅଧ୍ୟକ୍ଷ ଥବୀର ବାଗ, ସମାଜସେବୀ ଶେଷଦେବ ବେହେରା, ଗଙ୍ଗାଧର ମାଝୀ, ଚୈତନ୍ୟ ସେଠୀ ଉଆଁସୁ ବିଶ୍ଵାଳ, ଗୌରୀ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.