oom

ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ କରାଯାଇଛି । ଚଳିତ ଡିସେମ୍ବର ୬ ତାରିଖ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ମୂଲ୍ୟାୟନକାରୀ ଡଃ. ରବିନ୍ଦ୍ର ଅହଲାବତ ଓ ଡଃ. ଆଶିଷ ଠାକୁରଙ୍କ ଦ୍ୱାରା ଆଭାସୀ ମୂଲ୍ୟାଙ୍କନ ମାଧ୍ୟମରେ ଉପକେନ୍ଦ୍ରରେ ଦିଆଯାଇଥିବା ବିଭିନ୍ନ ସେବାମାନଙ୍କ ମୂଲ୍ୟାଙ୍କନ କରାଯାଇଥିଲା । ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ନିରୂପମା ଷଡ଼ଙ୍ଗୀ ଡି.ପି.ଏମ୍‌ ଗିରିଜା ମିଶ୍ର ,ଏମ୍‌କ୍ୱୁଏ ଦୀପାଞ୍ଜଳୀ ପ୍ରଧାନ, ବି.ପି.ଏଚ୍‌.ଓ ଡଃ. ଶୁଭ ପ୍ରକାଶ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ବି.ପି.ଏମ୍‌ ରେବତୀ ମୋହନ ଜେନା, ବି.ଏ.ଏମ୍‌. ସୁବ୍ରତ ବିଶ୍ୱାଳ, ପିଏଚ୍‌ଇଓ ଦୀପାଞ୍ଜଳୀ ସାହୁ, ବି.ପି.ଏମ୍‌ ସଞ୍ଜୀବ ମେହେର, ପରିଦର୍ଶକ ତୁଷକୁମାର ଚନ୍ଦ୍ରକର, ଆଶିଷ କୁମାର ନାୟକ, ସନୁଜ ଦାସ, ସତ୍ୟଭୂଷଣ ସାହୁ, ଆର୍‌.ବି.ଏସ୍‌.କେ ଦଳର ସମସ୍ତ କର୍ମଚାରୀ, ସମସ୍ତ ସି.ଏଚ୍‌.ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ଛେତଗାଁ ଉପକେନ୍ଦ୍ରର ସି.ଏଚ୍‌.ଓ ବିନୋଦ ବାଡା, କୁମୁଦ ମଳ୍ଳିକ, ସ୍ୱାସ୍ଥ୍ୟକର୍ମୀ ମହିଳା ସୀମା ଦେବତା, ସି.ଏଚ୍‌.ଓ ଚୂଡ଼ାମଣି ଭୂଏ ଓ ସମସ୍ତ ଆଶାକର୍ମୀ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.