oom

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ

jsmm

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗୀୟ ସଂସ୍ଥାର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ଯୋଗଦେଇ ଜାତିର ପିତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ନଅଗାଁ ସରପଞ୍ଚ ବୃନ୍ଦାବନ ସେଟ, ସୁବାଷ ବହିଦାର, ଲଳିତ ମୋହନ ସାହୁ, ସୁବଳ ମିଶ୍ର, ଚୂଡ଼ାମଣି ବିଶ୍ଵାଳ, ସଦାନନ୍ଦ ପଶାୟତ, ନରସିଂହ ସାହୁ, ନିର୍ବାହୀ ଅଧିକାରୀ ସ୍ୱାର୍ଥ ପୁଟେଲ ଓଡିଶା ଜୀବିକା ମିଶନ ସଂଯୋଜକ ଜ୍ଞାନରଞ୍ଜନ ସା, ପୀରମାଳ ଫୋଉଣ୍ଡେସନ୍‌ ସିନିଅର ପ୍ରୋଗ୍ରାମ ମେନେଜର ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ସରକାରୀ ଯୋଜନା ଗୁଡିକ ଉପରେ ମୁଖ୍ୟ ଅତିଥି ସୂଚନା ଦେଇ ସେଗୁଡ଼ିକର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବରିଷ୍ଠ ନାଗରିକଙ୍କୁ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.