oom

ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲ୍‌ର ସମାଧାନ ପାଇଁ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲ୍‌ର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅଗଷ୍ଟ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରୁଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସେମାନେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲ୍‌କୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲ୍‌ର ବିଭିନ୍ନ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ ୦୬ ତାରିଖ ଦିନ ଚଟମଖନା, ଅଗଷ୍ଟ ୭ ତାରିଖ ଦିନ ମୁରୀବାହଲ, ଅଗଷ୍ଟ ୯ ତାରିଖ ଦିନ ଘୁମେର୍ ଏବଂ ପାଟନାଗଡ଼, ଅଗଷ୍ଟ ୧୪ ତାରିଖ ଦିନ ଟିଟିଲାଗଡ଼ ଏବଂ ଖୋଲାନ, ଅଗଷ୍ଟ ୨୦ ତାରିଖ ତୁଷୁରା ଏବଂ ଦେଓଗାଁ, ଅଗଷ୍ଟ ୨୨ ତାରିଖ ଦିନ ଚନ୍ଦନବାଟି, ଅଗଷ୍ଟ ୨୩ ତାରିଖ ଦିନ ଅଗଲପୁର ଏବଂ ଅଗଷ୍ଟ ୨୮ ତାରିଖ ଦିନ ଖପ୍ରାଖୋଲ୍ ସ୍ଥିତ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ସେହିପରି ସୋନପୁର ଜିଲ୍ଲା ସ୍ଥିତ ଟିପିଡବ୍ଲ୍ୟୁଓଡିଏଲ୍‌ର ବି.ଏମ୍. ପୁର ଏବଂ ଉଲୁଣ୍ଡା ସେକ୍ସନ ଅଫିସ୍ ଠାରେ ଆସନ୍ତା ଅଗଷ୍ଟ ୧୩ ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଛି । ତେଣୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଲାଭ ଉଠାଇ ବାକିଥିବା ଆପଣଙ୍କର ସମସ୍ତ ବିବାଦୀୟ ବିଦ୍ୟୁତ୍ ବିଲ୍‌ର ସମାଧାନ କରି ନିରବଚ୍ଛିନ୍ନ ତଥା ନିରନ୍ତର ବିଦ୍ୟୁତ୍ ସେବା ଉପଭୋଗ କରନ୍ତୁ ।

କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ
ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ୟ୍ୟାଳୟ, ବୁର୍ଲା

jittmm
Leave A Reply

Your email address will not be published.